ବଲିଉଡମନୋରଞ୍ଜନସେଲିବ୍ରିଟି

ଆସନ୍ତୁ ଜାଣିବା କରୋନାରେ ଦୀପିକା ପାଦୁକୋନ୍‌ଙ୍କର କିପରି ଅବସ୍ଥା ଥିଲା

କହିଲେ- ନିଜକୁ ଚିହ୍ନିବା ଅସମ୍ଭବ ଥିଲା…

ବର୍ତ୍ତମାନ କରୋନା ପୁଣି ଥରେ ଦେଶରେ ତାର କାୟା ବିସ୍ତାର କରିଛି । ଯାହା ଏବେ ଦ୍ରୁତ ଗତିରେ ମାଡିଲାଣି । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ମଧ୍ୟ କରୋନାଙ୍କ ସଂକ୍ରମିତ ହୋଇଛନ୍ତି । କୋଭିଡର ଦ୍ବିତୀୟ ଲହରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସଂକ୍ରମିତ ହୋଇଥିଲେ। ଏହାକୁ ନେଇ ସାକ୍ଷାତକାରରେ ଦୀପିକା ପାଦୁକୋନ କହିଥିଲେ ଯେ ଅସୁସ୍ଥତା ଅନୁଭବ ହେବା ପରେ ତାଙ୍କ ଅବସ୍ଥା ଏପରି ହୋଇଗଲା ଯେ ସେ ନିଜକୁ ଚିହ୍ନି ପାରିଲେ ନାହିଁ। ଅଭିନେତ୍ରୀ କିଛି ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ । ହେଲେ ସେ କାମକୁ ଫେରିବା ପୂର୍ବରୁ ପ୍ରାୟ ଦୁଇମାସ ବିରତି ନେଇଥିଲେ। ଦୀପିକା ପାଦୁକୋନ କହିଛନ୍ତି ଯେ ଏହା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସମୟ ଥିଲା ।

ଫିଲ୍ମର କମ୍ପାନୀ ସହିତ କଥା ହେବ ବେଳେ ଦୀପିକା କହିଛନ୍ତି, ‘କୋଭିଡ ପରେ ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି କାରଣ ଶାରୀରିକ ଭାବେ ମୁଁ ନିଜକୁ ଆଦୌ ଚିହ୍ନି ପାରିଲି ନାହିଁ । ମୁଁ ଭାବୁଛି ମୋତେ ଦିଆଯାଇଥିବା ଔଷଧ ଏବଂ ଷ୍ଟେରଏଡ କାରଣରୁ ଏହି ସବୁ ହୋଇଥିଲା । କିନ୍ତୁ କୋଭିଡ୍ ବହୁତ ଅଦ୍ଭୁତ ପ୍ରକାରର ଥିଲା। ବହୁତ ଦର୍ବଳ ଅନୁଭବ ମଧ୍ୟ ଲାଗୁଥିଲା । ଏହା ସହ ସେ କହିଥିଲେ ‘ମୁଁ ଭାବୁଛି ଯେପର୍ଯ୍ୟନ୍ତ ମୁଁ ଅସୁସ୍ଥ ଥିଲି, ସେତେ ଯାଏଁ ଭଲ ଥିଲି, କିନ୍ତୁ ପରେ ମୋର ମସ୍ତିଷ୍କ ଠିକ୍ ଭାବରେ କାମ କରୁ ନ ଥିବାରୁ ମୋତେ ୨ମାସ ବିରତି ନେବାକୁ ପଡିଥିଲା। ସେହି ପର୍ଯ୍ୟାୟ ମୋ ପାଇଁ ବହୁତ କଷ୍ଟକର ଥିଲା । କାମ ବିଷୟରେ କହିବାକୁ ଗଲେ ଦୀପିକା ଖୁବ୍ ଶୀଘ୍ର ଫିଲ୍ମ ‘ଗେହରାୟାନ’ରେ ଦେଖିବାକୁ ମିଳିବେ । ଶକୁନ୍ ବତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି।

Show More

Related Articles

Back to top button