ସ୍ୱାସ୍ଥ୍ୟ

ଆପଣଙ୍କୁ ହିକା କିମ୍ବା ହାକୁଟି ହେଉଛି କି ? ଏହି ଘରୋଇ ଉପାୟକୁ ଅବଲମ୍ବନ କରନ୍ତୁ

ହିକା ଉଠିବା ଗୋଟିଏ ସାମାନ୍ୟ କଥା କିନ୍ତୁ ହିକାର ସମସ୍ୟା ବେଳେବେଳେ ଅଟେ ଭୟଙ୍କର ହୋଇଥାଏ ଯେ ଯାହାକୁ ସାହିବ ଆମ ପକ୍ଷରେ ଅତ୍ୟନ୍ତ କଷ୍ଟକର ହୋଇଥାଏ l ଅଚାନକ ଭାବରେ ଏହି ସମସ୍ୟା ଦେଖା ଦେଇଥାଏ ,ଗବେଷକ ମାନଙ୍କ ମତରେ ପାଣିପାଗ ପରିବର୍ତ୍ତନ ,ଗରମ ଖାଦ୍ୟପରେ କିଛି ଥଣ୍ଡା ଖାଇବା ,ସିଗାରେଟ ଟାଣିବା ଦ୍ୱାରା ,ଅଧିକ ଚିନ୍ତାଗ୍ରସ୍ତ ରହିଲେ ମଧ୍ୟ ହିକା ହୋଇଥାଏ

ଶରୀରରେ ଡାୟଫର୍ମ ଶୁଖିଯିବା ଦ୍ୱାରା ହିକା ହୋଇଥାଏ l ଏହା ଛାତି ଠାରୁ ପେଟକୁ ଅଲଗା କରୁଥିବାର ଗୋଟିଏ ମାଂସପେଶୀ ଅଟେ l ଗବେଷକ ମାନଙ୍କ ମତରେ ଘରୋଇ ଉପାୟ ଦ୍ୱାରା ହିକାକୁ ଦୂର କରାଯାଇ ପାରିବ l

* ହିକାର ସମସ୍ୟା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିଲେ ଆପଣ ଗୋଟିଏ ଚାମଚ ଚିନି ପାଟିରେ ପକାଇ ନିଅନ୍ତୁ ଓ କିଛି ସମୟ ପାଇଁ ପାଟିରେ ରଖିବା ଫଳରେ ହିକା ବନ୍ଦ ହୋଇ ଯାଇଥାଏ l

* ପାଣି ସ୍ୱାସ୍ଥ୍ୟ ହିତକର କିନ୍ତୁ ଆପଣ କଣ ଜାଣିଛନ୍ତି ପାଣି ଦ୍ୱାରା ହିକାର ସମସ୍ୟା ଦୂର ହୋଇଯାଇଥାଏ l ତେଣୁ ହିକା ହେବ ସମୟରେ ଥଣ୍ଡା ପାଣି ପିଇବା ଆବଶ୍ୟକ l

* ଗରମ ଦିନେ ଅଧିକାଂଶ ସମୟରେ ଝାଳ ବୋହିବା ଦ୍ୱାରା ହିକା ସମସ୍ୟା ଦେଖା ଦେଇଥାଏ l ଯଦି ଆପଣଙ୍କୁ ଗ୍ରୀଷ୍ମ ଋତୁରେ ହିକା ସମସ୍ୟା ଦେଖା ଦେଉଛି ତେବେ ଗୋଟିଏ ଜରି ଭିତରେ କିଛି ମାତ୍ରାରେ ବରଫ ପୁରାଇ ବେକ ଉପରେ ଲଦିବ ଦ୍ୱାରା ହିକା ଭଲ ହୋଇଯାଏ l

* ହିକା ପାଇଁ ପାଚିଲା ଫଳ ଅତ୍ୟନ୍ତ ହିତକର l ହିକା ହେଉଥିଲେ ଘରେ ଥିବା ଯେକୌଣସି ପାଚିଲା ଫଳରୁ କିଛି ମାତ୍ରାରେ ନେଇ ଖାଇବା ଆରମ୍ଭ କରନ୍ତୁ l ଏହା ଦ୍ୱାରା ଆପଣଙ୍କର ହିକା ଭଲ ହୋଇଯିବ l

Show More

Related Articles

Back to top button