ଜୀବନଚର୍ଯ୍ୟାବ୍ୟକ୍ତିତ୍ୱସ୍ୱତନ୍ତ୍ର

ଜାଣନ୍ତୁ କେମିତି ଶିଶୁଙ୍କୁ ମୋବାଇଲ ଅଭ୍ୟାସରୁ ଦୂରେଇ ରଖିବେ

ଜିକାଲି ଛୋଟ ଛୋଟ ପିଲାମାନେ ମୋବାଇଲ୍‌ର ବହୁଳ ବ୍ୟବହାର କରୁଛନ୍ତି, ଯାହାକି ଏକ ମାନସିକ ରୋଗରେ ପରିଣତ ହୋଇଯାଇଛି। ଏହାକୁ ଡିଜିଟାଲ୍‌ ସିଣ୍ଡ୍ରୋମ୍‌ କୁହାଯାଉଛି। ବିନା ଫୋନ୍‌ରେ ସେମାନେ ଖାଦ୍ୟ ମଧ୍ୟ ଖାଉନାହାନ୍ତି। ମୋବାଇଲ୍‌ ଯୋଗୁଁ ଶିଶୁମାନଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବା ସହିତ ଅନେକ ପ୍ରକାର ଶାରୀରିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଶିଶୁମାନଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅନୁସରଣ କରିହେବ। ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ. ପିଲାଙ୍କୁ ମୋବାଇଲ୍‌ ଉପରୁ ଧ୍ୟାନ ହଟାଇବା ପାଇଁ କିଛି ନୂଆ ଜିନିଷ ଶିଖାନ୍ତୁ। ପିଲାଙ୍କୁ ନାଚ, ଗୀତ କିମ୍ବା ଚିତ୍ରଆଙ୍କିବା ପସନ୍ଦ ଆସିଲେ, ସେ କ୍ଷେତ୍ରରେ ତାଙ୍କୁ ପ୍ରୋତ୍ସାହିତ କରନ୍ତୁ। ଏଭଳି ଭାବେ ପିଲାଙ୍କ ଧ୍ୟାନ ମୋବାଇଲ୍‌ରୁ ହଟିଯିବ ଏବଂ କିଛି ନୂଆ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିବେ। ନିଜ କାମରେ ବ୍ୟସ୍ତ ନ ରହି ପିଲାଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ। ପିଲାମାନେ ନିଜ ପରିବାର ସହିତ ଅଧିକ ସମୟ ବିତାଇଲେ, ମୋବାଇଲ୍‌ ବ୍ୟବହାର କମିଯାଇଥାଏ। ଏହା ସହିତ ପରିବାର ମଧ୍ୟରେ ସ୍ନେହ ସମ୍ପର୍କ ମଧ୍ୟ ମଜଭୁତ ହୋଇପାରିବ। ମୋବାଇଲ୍‌ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଶିଶୁମାନେ କେଉଁ ସମୟରୁ କେଉଁ ସମୟ ଭିତରେ ମୋବାଇଲ୍‌ ବ୍ୟବହାର କରିବେ, ସେ ସମ୍ପର୍କରେ ପିଲାଙ୍କୁ ଭଲ ଭାବେ ବୁଝାନ୍ତୁ। ଏହିପରି କରିବା ଦ୍ୱାରା ପିଲାମାନେ ସବୁବେଳେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ।ଅନେକଙ୍କ କ୍ଷେତ୍ରରେ ପିତା-ମାତା ଅଧିକ ସମୟ ଫୋନ୍‌ରେ ବ୍ୟସ୍ତ ରହିଥାନ୍ତି। ତେଣୁ ତାଙ୍କୁଠୁ ଦେଖି ପିଲାମାନେ ସେଭଳି ଆଚରଣ କରିଥାନ୍ତି। ତେଣୁ ନିଜେ କିଭଳି ଭାବେ ଫୋନ୍‌ର ବ୍ୟବହାର କମ୍‌ କରିବେ, ସେଥିପାଇଁ କିଛି ନିୟମ କରନ୍ତୁ। ଏହାକୁ ଅନୁସରଣ କରି ପିଲାମାନେ ମଧ୍ୟ ଧୀରେଧୀେର ମୋବାଇଲ୍‌ର ବ୍ୟବହାର କମ୍‌ କରିପାରିବେ।

Show More

Related Articles

Back to top button