Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆମେରିକାରେ ଅକ୍ଷରଧାମ ମନ୍ଦିରର ଲୋକାର୍ପଣ

ୱାଶିଂଟନ : ଆମେରିକାର ନ୍ୟୁଜର୍ସିରେ ନିର୍ମାଣ ହୋଇଥିବା ସର୍ବବୃହତ ହିନ୍ଦୁ ମନ୍ଦିରକୁ ରବିବାର ଶ୍ରଦ୍ଧାଳୁଙ୍କ ଲାଗି ଉତ୍ସର୍ଗ କରାଯାଇଛି । ପ୍ରାୟ ସପ୍ତାହେ ଧରି ମନ୍ଦିର ଉଦ୍‌ଘାଟନ ଉତ୍ସବ ଚାଲିବା ପରେ ରବିବାର ଏହା ଶେଷ ହୋଇଛି। ଶେଷ ଦିନରେ ମନ୍ଦିରକୁ ଭକ୍ତଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି। ଅକ୍ଷରଧାମ ମନ୍ଦିର ଭାବେ ନାମିତ ଏହି ମନ୍ଦିରର ଉଚ୍ଚତା ୧୯୧ ଫୁଟ ହୋଇଥିବାବେଳେ ଏହାର ଆକାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୩୪୫ ଓ ୨୫୫ ଫୁଟ। ମନ୍ଦିରର ମୋଟ ପରିସର ୧୮୩ ଏକର। ଏହା ମଧ୍ୟରେ ୧୦ହଜାର ମୂର୍ତ୍ତି ରହିଛି । ଏହି ମନ୍ଦିରଟି ଭାରତ ବାହାରେ ଥିବା ସବୁଠାରୁ ବଡ ମନ୍ଦିର। ୨୦୧୧ରେ ଏହି ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇ ୨୦୨୩ରେ ଶେଷ ହୋଇଥିଲା । ସମଗ୍ର ଆମେରିକାରୁ ୧୨,୫୦୦ ସ୍ବେଚ୍ଛାସେବୀ ମନ୍ଦିର ନିର୍ମାଣ କାମରେ ଲାଗିଥିଲେ। ଏଥିପାଇଁ ୪୭ଲକ୍ଷ ଘଣ୍ଟାର ଶ୍ରମ ଦିଆଯାଇଛି। ମନ୍ଦିର ନିର୍ମାଣରେ ୪ପ୍ରକାରର ମାର୍ବଲ ବ୍ୟବହାର ହୋଇଛି।

Show More

Related Articles

Back to top button