Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ବିଭିନ୍ନ ମହଲରେ ସ୍ମୃତିଚାରଣ

ଭୁବନେଶ୍ୱର- ଆଜି ହେଉଛି ଗୋପବନ୍ଧୁ ଜୟନ୍ତୀ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସୁଆଣ୍ଡୋରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଶିକ୍ଷିତ ସମାଜ ଗଠନ ପାଇଁ ସେ ଦେଖାଇଥିବା ମାର୍ଗ ତଥା ଲୋକଙ୍କ ସେବା ଓ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସାଧନା ସର୍ବଦା ପ୍ରେରଣାର ଉତ୍ସ।

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ତ୍ୟାଗ, ସମର୍ପଣ ଓ ସେବାର ପ୍ରତୀକ । ପୁରୀ ସତ୍ୟବାଦୀ ଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ସେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶର କଳ୍ପନା କରିଥିଲେ । ସମାଜରେ ସେବାର ଏକ ନୂଆ ପରିଭାଷା ତିଆରି କରିଥିବା ଯୁଗଦ୍ରଷ୍ଟା ମହାପୁରୁଷଙ୍କୁ ଜୟନ୍ତୀରେ ମୋର ପ୍ରଣାମ । ତାଙ୍କର ବିଚାର ଓ ଆଦର୍ଶ ସବୁଦିନ ପାଇଁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ।

Show More

Related Articles

Back to top button