Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ ଓ ହମାସ ଭିତରେ ଘମାଘୋଟ ଲଢେଇ, 7ଶହରୁ ଅଧିକ ଇସ୍ରାଏଲ ବାସିନ୍ଦାଙ୍କ ମୃତ୍ୟୁ, 2200 ଆହତ

ତେଲ ଅଭିଭ/ଜେରୁଜେଲମ- ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ସୋମବାର ବି ଫିଲିସ୍ତାନୀ ଆତଙ୍କୀ ସଙ୍ଗଠନ ହମାସର ଇସ୍ରାଏଲ ଉପରେ ଆକ୍ରମଣର ତୃତୀୟ ଦିନରେ ଦୁଇପକ୍ଷରୁ ରକେଟ ଓ ମିସାଇଲ୍ ମାଡ ଜାରି ରହିଛି । ଇସ୍ରାଏଲର କିଛି ସ୍ଥାନରେ ସୁରକ୍ଷାକର୍ମୀ ଓ ହମାସ ଆତଙ୍କବାଦୀ ଭିତରେ ମୁହାଁମୁହିଁ ଲଢେଇ ଚାଲିଛି । ହମାସ ନିୟନ୍ତ୍ରଣରେ ଥିବା ଗାଜାରେ ଇସ୍ରାଏଲ ବାୟୁସେନା ବୋମା ବର୍ଷଣ କରିଛି । ଗାଜାଷ୍ଟ୍ରିପରେ 426ଟି ସ୍ଥାନକୁ ଟାର୍ଗେଟ କରିଛି ଇସ୍ରାଏଲର ଯୁଦ୍ଧବିମାନ । ଏପର୍ଯ୍ୟନ୍ତ ଆକ୍ରମଣରେ 7ଶହରୁ ଅଧିକ ଇସ୍ରାଏଲ ବାସିନ୍ଦାଙ୍କର ମୃତ୍ୟୁ ହେଲାଣି । ଏମାନଙ୍କ ମଧ୍ୟରେ 57ଜଣ ସେନାକର୍ମଚାରୀ ଓ 34ଜଣ ପୋଲିସକର୍ମୀ ସାମିଲ ଅଛନ୍ତି । ଇସ୍ରାଏଲରେ 2,200 ଲୋକ ଆହତ ହେଲେଣି । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ 4ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ହମାସର 2300 ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଯୋଗୁ 18ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button