ଦେଶପାଣିପାଗସ୍ୱତନ୍ତ୍ର

ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଭୂସ୍ଖଳନ,ବନ୍ଦ୍ ହେଲା ଚାରିଧାମ ଯାତ୍ରା

ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଭୂସ୍ଖଳନ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ୍ ରହିଛି ।

ଆଜି ଡେରାଡୁନ ତରସାଲି ଗାଁରେ ଅଚାନକ ଭୂସ୍ଖଳନ କାରଣରୁ ରୁଦ୍ରପ୍ରୟାଗରେ ଜାତୀୟ ରାଜପଥ ବନ୍ଦ ରହିଛି । ତେଣୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଭୂସ୍ଖଳନ ଯୋଗୁଁ ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି ।

ସେହିପରି ଗଙ୍ଗୋତ୍ରୀ ହାଇୱେ, ଯମୁନୋତ୍ରୀ ହାଇୱେରେ ମଧ୍ୟ ଭୂସ୍ଖଳନ ଯୋଗୁଁ ଯିବା ଆସିବା ବନ୍ଦ । ଆସନ୍ତା ୨୪ ତାରିଖ ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Show More

Related Articles

Back to top button