Breaking PLUSଦେଶମୁଖ୍ୟ ଖବର

ରାମବନରେ ଭୂସ୍ଖଳନ, ଜମ୍ମୁ କଶ୍ମୀରର ଜାତୀୟ ରାଜପଥରେ ଯାତାୟତ ଠପ୍

ଜମ୍ମୁ, 2 ମାର୍ଚ୍ଚ – ରାତି ସାରା ବର୍ଷା ପରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରାମବନରେ ଭୂସ୍ଖଳନ ହୋଇଛି । ଏହାପରେ ଶନିବାର ରାଜପଥକୁ ବନ୍ଦ ରଖାଯାଇଛି । ରାମବନ ଜିଲ୍ଲାର ମେହନ କାଫେଟେରିଆରେ ଭୂସ୍ଖଳନ କାରଣରୁ ରାଜପଥ ସହିତ ଲାଗିଥିବା ପାହାଡରୁ ବହୁ ବଡ ବଡ ପଥର ଖସିଛି । ଫଳରେ ରାଜପଥ ଅବରୋଧ ହୋଇଯାଇଛି ।
ଲଗାଣ ବର୍ଷା କାରଣରୁ ରାସ୍ତା ସଫେଇରେ ବାଧା ସୃଷ୍ଟି ହୋଇଛି । ଯାତାୟତ ଅଧିକାରୀମାନେ ଲୋକଙ୍କୁ ଯାତ୍ରା ପୂର୍ବରୁ ଯାତାୟତ କଂଟ୍ରୋଲ ରୁମ ସହିତ କଥା ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପ୍ରବଳ ବରଫପାତ କାରଣରୁ ଶ୍ରୀନଗର-ଲେହ-ମୁଗଲ ରୋଡ, ସିଂଥନ-କିସ୍ତୱାଡ, ବାନ୍ଦିପୋରା-ଗୁରେଜ ଓ କୁପୱାଡା-ତଂଗଧାର ରାସ୍ତା ଅବରୋଧ ହୋଇଛି ।

Show More

Related Articles

Back to top button