ଦୁର୍ଘଟଣାଦେଶବ୍ୟକ୍ତିତ୍ୱସ୍ୱାସ୍ଥ୍ୟ
ଆଇସିୟୁରେ ଭର୍ତ୍ତି ଲାଲୁ ଯାଦବ

ନୂଆଦିଲ୍ଲୀ: ଶିଡିରୁ ଖସି ଗୁରୁତର ଆହତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଅଧ୍ୟକ୍ଷ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ। ଫଳରେ ତାଙ୍କ କାନ୍ଧ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାବେଳେ ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାପାଇଁ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ଲାଲୁ ଘର ସିଡ଼ିରୁ ଓହ୍ଲାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି। ତାଙ୍କର ପ୍ରାଥମିକ ଚିକିତ୍ସା ଘରେ କରାଯାଇଥିଲା। ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିଲା। ତେଣୁ ତାଙ୍କୁ ପାଟନାରେ ଥିବା ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।