Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜିଠୁ ଆରମ୍ଭ ଓଜେଇଇ ପରୀକ୍ଷା ,୫୮ ହଜାର ପିଲା ଦେବେ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍‌ଡରେ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭, ୯୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଛନ୍ତି । ଚଳିତ ବର୍ଷ ୬୧ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି  । ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ ହେବ ପରୀକ୍ଷା । ସକାଳ ୯ ରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ରୁ ୨ଟା ୩୦ ହେବ ଦ୍ୱିତୀୟ ସିଟିଂ ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା  । କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି  ।ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ, ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି।  ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ  ସାନିଟାଇଜେସନ, ଶାରୀରିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି।

Show More

Related Articles

Back to top button