Breaking PLUSଦେଶମୁଖ୍ୟ ଖବରରାଜନୀତି

ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ଏକନାଥ ସିନ୍ଦେ

ମୁମ୍ବାଇଁ: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି ।  164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ଏହାଫଳରେ ସିନ୍ଦେ ସରକାର ବହୁମତ ହାସଲ କରିଛନ୍ତି । ବିରୋଧରେ ହେଡ କାଉଣ୍ଟ ଭୋଟ ଚାଲିଛି । ସିନ୍ଦେ ସରକାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଆସ୍ଥା ଭୋଟ ଲୋଡିଥିଲେ । ମୁଣ୍ଡ ଗଣତି ଭୋଟ ହୋଇଥିଲା । ଶିବସେନାର 40ଜଣ ବିଧାୟକଙ୍କର ସମର୍ଥନ ସହ ଫ୍ଲୋର ଟେଷ୍ଟରେ ବିଜେପି ସଦସ୍ୟମାନେ ମଧ୍ୟ ମୁଣ୍ଡ ଗଣତି ଭୋଟ ଦେଇଥିଲେ । ସୂଚନା ଥାଉକି ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ୍‌ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ମଧ୍ୟରେ ବୈଠକ ବସିଥିଲା। ଫ୍ଳୋର ଟେଷ୍ଟ ରଣନୀତିକୁ ନେଇ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ହୋଇଥିବା ଏହି ମିଟିଂରେ ସିନ୍ଦେଙ୍କ ଦଳ ଓ ବିଜେପିର ବିଧାୟକମାନେ ଆସ୍ଥା ଭୋଟରେ ବିଜୟୀ ହେବେ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ ।୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୬ ଜଣ ବିଧାୟକ ସମର୍ଥନ କରିଥିଲେ । ଏଥିରୁ ସିନ୍ଦେଙ୍କୁ 40 ଜଣ ବିଧାୟକଙ୍କର ସମର୍ଥନ ରହିଛି। ନିକଟରେ ଜଣେ ଶିବସେନା ବିଧାୟକଙ୍କର ଦେହାନ୍ତ ହେବାରୁ ଏବେ ମହାରାଷ୍ଟ୍ର ବିଧାନସଭାରେ ସଦସ୍ୟ ରହିଛନ୍ତି ୨୮୭ରହିଛି । ବିଧାନସଭାରେ ବହୁମତ ହାସଲ କରିବା ପାଇଁ ୧୪୪ଜଣଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସିନ୍ଦେ ସରକାର ସମର୍ଥନରେ 164 ଜଣ ବିଧାୟକ ସମର୍ଥନ ଦେଇଛନ୍ତି । ସରକାରଙ୍କ ଆସ୍ଥା ଭୋଟ ବିରୋଧରେ ଭୋଟ ଗଣତି ଚାଲିଛି ।

Show More

Related Articles

Back to top button