Breaking PLUSଖେଳ

ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ

ଆଜି ଆଇପିଏଲ ମ୍ୟାଚରେ କୋଲକାତା ବିପକ୍ଷରେ ଖେଳିବ ପଞ୍ଜାବ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ କୋଲକାତା ଦଳ । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୋଲକାତା ଏହି ମ୍ୟାଚରେ ବିଜୟୀ ହୋଇ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ସେହିପରି ପଞ୍ଜାବ ପ୍ଲେ ଅଫରେ ପ୍ରବେଶ କରିବାକୁ ଆଜି ଜୋରଦାର ଲଢେଇ କରିବ ।

ଚଳିତ ଆଇପିଏଲରେ କୋଲକାତା ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ୧୧ଟି ମ୍ୟାଚ ଖେଳି ୪ଟିରେ ବିଜୟ ଓ ୭ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ କଡ୍ଡା ଟକ୍କର ଦେଖିବାକୁ ମିଳିବ ।

Show More

Related Articles

Back to top button