Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗର ବିଶ୍ୱପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ଆଗ୍ରହ ଦେଖାଇଛି ୟୁନେସ୍କୋ

କୋଲକାତା: ପଶ୍ଚିମବଙ୍ଗର ବିଶ୍ୱପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ଆଗ୍ରହ ଦେଖାଇଛି ୟୁନେସ୍କୋ । ଚଳିତବର୍ଷ ଦୁର୍ଗାପୂଜା ପରେ ଅକ୍ଟୋବରର ଶେଷ ସପ୍ତାହରେ ସବୁଠୁ ଶ୍ରେଷ୍ଠ ଦୁର୍ଗା ପ୍ରତିମୂର୍ତ୍ତି ଓ ପୂଜା ଥିମ ଉପରେ ପ୍ରଦର୍ଶନୀ କରାଯିବ । ଏଥିପାଇଁ ୟୁନେସ୍କା ବ୍ରିଟିଶ କାଉନସିଲ ସହ ହାତ ମିଳାଇଛି ଯେଉଁଥିରେ କି ପଶ୍ଚିମବଙ୍ଗ ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ସହ ସହଯୋଗ କରିବ ।

କାଶୀ ବୋଷ ଲେନ ଦୁର୍ଗାପୂଜା ସମିତିର ମହାସଚିବ ଏ.କେ ସୋମେନ ଦତ୍ତ କହିଛନ୍ତି ଯେ, ୟୁନେସ୍କା ପକ୍ଷରୁ 24ଟି ଦୁର୍ଗା ପୂଜା ସମିତି ଚୟନ କରାଯାଇଛି, ଯେଉଁମାନେ ଚଳିତ ବେଶ୍ ବେଶ୍ ଆକର୍ଷଣୀୟ ପୂଜା ଆୟୋଜନ କରିବେ । ସମିତି ପକ୍ଷରୁ ଚଳିତ ଥର ପୂଜା ସମୟରେ ଆୟୋଜନ କରାଯାଉଥିବା ପେଣ୍ଡାଲ, ମୂର୍ତ୍ତି ଓ ସମଗ୍ର ସାଜସଜାରେ ନିଆରା ପ୍ରତୀକାତ୍ମ ପ୍ରଦର୍ଶନୀ ଲଗାଯିବ । ଅକ୍ଟୋବର 20ରୁ 24ଯାଏ କୋଲକାତାର ଟାଉନ ହଲରେ ଆୟୋଜନ କରାଯିବ ପ୍ରଦର୍ଶନୀ ।

5ଦିନାତ୍ମକ ଦୁର୍ଗା ପୂଜା 11ରୁ 15 ଅକ୍ଟୋବର ମଧ୍ୟରେ ଆୟୋଜନ କରାଯିବ । ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକେ ଏହି ଦୁର୍ଗା ପୂଜା ଦେଖିବାକୁ ଆସିଥାନ୍ତି । ଚଳିତ ବର୍ଷ ୟୁନେସ୍କୋ ଚୟନ କରିଥିବା 24 ସମିତି ମଧ୍ୟରେ ଦୁଇଟି ଘରୋଇ ପୂଜା ସାମିଲ ରହିଛି ।

Show More

Related Articles

Back to top button