ଦେଶ ବିଦେଶସ୍ୱତନ୍ତ୍ର

ଉତ୍ତର କୋରିଆରେ ଶିଶୁଙ୍କ ନାଁ ବୋମା,ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ ନିର୍ଦ୍ଦେଶ ଦେଲେ କିମ ଜୋଙ୍ଗ ଉନ

ବିଶ୍ୱରେ ଅନେକ ଦେଶ ମଧ୍ୟରେ ଉତ୍ତର କୋରିଆ ଅନ୍ୟତମ । ଏହି ରାଷ୍ଟ୍ର ଏତେ ଶକ୍ତିଶାଳୀ ଯେ,ଏହାର ନାଁ ଶୁଣିଲେ ମନରେ ଛନକା ପଶେ । ବିଶେଷ କଥା ହେଲା ଏଠାର ବାସିନ୍ଦାଙ୍କର କୌଣସି ନିଜସ୍ୱ ସ୍ୱାଧୀନତା ନଥାଏ । ସମସ୍ତେ ଏଥିରେ ଅତ୍ୟାଚାରିତ ହେଉଥିଲେ ମଧ୍ୟ ପାଟି ଖୋଲିବାକୁ ସାହାସ ନଥାଏ । ତେବେ ଏସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଣିକି ଶିଶୁଙ୍କ ନାଁ ବୋମା,ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କିମ ଜୋଙ୍ଗ ଉନ । ଆଦେଶ ପାଳନ ନକଲେ ସେମାନଙ୍କୁ ଅଧିକ ଜୋରିମାନା କିମ୍ବା ଦଣ୍ଡ ଦିଆଯାଇପାରେ ବୋଲି ବୋଲି ମଧ୍ୟ ଘୋଷଣା କରାଯାଇଛି ।

ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରଥମେ ଲୋକମାନଙ୍କର ପୋଷାକ ଏବଂ ହେୟାର ଷ୍ଟାଇଲ ପରେ ଏବେ ପିଲାମାନଙ୍କ ନାମ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି । ଲୋକମାନଙ୍କୁ କୁହାଯାଇଛି ଯେ ପିଲାମାନଙ୍କର ସରଳ ନାମ ବଦଳରେ ସେମାନେ ଟିକେ କଠିନ ଏବଂ ଦେଶପ୍ରେମୀ ନାମ ରଖିବା ଉଚିତ୍ । ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାମ ବୋମା ଏବଂ ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ କୁହାଯାଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି । ଏହା କରିବା ଦ୍ବାରା ଦେଶଭକ୍ତିର ଆତ୍ମା ​​ପିଲାମାନଙ୍କ ନାମରେ ପ୍ରତିଫଳିତ ହେବ ବୋଲି କୁହାଯାଇଛି ।

ଡେଲି ଷ୍ଟାରର ଏକ ରିପୋର୍ଟରେ କୁହାଯାଇଛି ଯେ, ପିଲାମାନଙ୍କ ନାମ ବନ୍ଧୁକ, ବୋମା, ସ୍ୟାଟେଲାଇଟ୍ ରଖାଯାଉ । ଯେଉଁ ମାନଙ୍କ ନାମ ଟିକେ ସରଳ ଯଥା- ପ୍ୟାର, ଖୁବ୍‌ସୁରତ ଭଳି ରଖାଯାଇଛି, ସେମାନଙ୍କର ନାମ ବଦଳାଯାଇ ଏପରି ନାମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button