ଖେଳମୁଖ୍ୟ ଖବରସ୍ୱାସ୍ଥ୍ୟ

ଆହାତ ଯୋଗୁଁ ମ୍ୟାଚ୍‌ ଅଧାରୁ ପୂରା ସିରିଜ୍‌ରୁ ବାଦ ପଡ଼ିଲେ ଲିଆମ ଲିଭିଙ୍ଗଷ୍ଟୋନ

କରାଚି: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଥିବା ଇଂଲଣ୍ଡକୁ ଲାଗିଛି ଶକ୍ତ ଝଟକା । ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳୁଥିବା ଷ୍ଟାର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଆହତ ସମସ୍ୟା ଯୋଗୁଁ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ଲିଭିଙ୍ଗଷ୍ଟୋନ ଏହି ସିରିଜ୍‌ ଜରିଆରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଅର୍ଥାତ ପାକିସ୍ତାନ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। କିନ୍ତୁ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ସେ ମ୍ୟାଚ୍‌ ଅଧାରୁ ହିଁ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ଆହତ ଯୋଗୁ ଆଜି ଲିଭିଙ୍ଗଷ୍ଟୋନ ଫିଲ୍ଡିଂ କରିବାକୁ ମଧ୍ୟ ମୈଦାନକୁ ଓହ୍ଲାଇ ନାହାନ୍ତି।

ଆସନ୍ତାକାଲି ସେ ପାକିସ୍ତାନରୁ ସିଧା ଲଣ୍ଡନ ଯିବେ। ସେଠାରେ ଇସିବି ମେଡିକାଲ ଟିମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ସହ ରିହ୍ୟାବ କରାଯିବ। ଲିଭିଙ୍ଗଷ୍ଟୋନ ଆହତ ହୋଇଥିଲେ ମଧ୍ୟ ଇସିବି ତାଙ୍କ ବଦଳ ଖେଳାଳିଙ୍କ ନାଁ ଏଯାଏ ଘୋଷଣା କରିନାହିଁ।

ଇସିବି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଇଂଲଣ୍ଡ ପୁରୁଷ ଟିମର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଡାହାଣ ଗୋଡ଼ର ଆଣ୍ଠୁରେ ସମସ୍ୟା ଯୋଗୁଁ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେ ଆସନ୍ତାକାଲି ବ୍ରିଟେନ ଫେରିବେ। ଏହାପରେ ତାଙ୍କର ରିହ୍ୟାବ ପ୍ରକ୍ରିୟା ଆରମ୍ଭ ହେବ। ଲିଭିଙ୍ଗଷ୍ଟୋନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୯ ରନ କରିଥିଲେ।

ଦ୍ୱିତୀୟ ଇନିଂସରେ ସେ ୭ ରନ କରି ଅପରାଜିତ ଥିବା ବେଳେ ଇଂଲଣ୍ଡ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଦଳ ବିଶାଳ ୬୫୭ ରନ କରିଥିବା ବେଳେ ଏହାର ଜବାବରେ ପାକିସ୍ତାନ ୫୭୯ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୭ ୱିକେଟ ହରାଇ ୨୬୪ ରନ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ପାକିସ୍ତାନକୁ ୩୪୩ ରନର ଟାର୍ଗେଟ ମିଳିଛି। ଏହାର ଜବାବରେ ପାକିସ୍ତାନ ଆଜି ୫ମ ଦିନରେ ବର୍ତ୍ତମାନ ସୁଦ୍ଧା ୫ ୱିକେଟ ହରାଇ ୨୫୫ ରନ କରିଛନ୍ତି।

Show More

Related Articles

Back to top button