ମାତ୍ର ୮ ମାସ ବୟସରୁ ଟେଲିଭିଜନରେ ଦେଖା ଦେଇଥିଲେ କିଆରା ଆଡଭାନୀ

ମୁମ୍ବାଇ: ବିୟୁଟିଫୁଲ କିଆରା ଆଡଭାନୀ ଆଜି ବଲିଉଡର ଜଣେ ମୋଷ୍ଟ ପପୁଲାର ଆକେଟ୍ରେସ । ତାଙ୍କ ଅଭିନୟ ସହ ସୁନ୍ଦରତାରେ ଫିଦା ହୁଅନ୍ତି ପ୍ରଶଂସକ । ରବିବାର ଅଭିନେତ୍ରୀ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ଏହି ଅବସରରେ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଆରା ବଲିଉଡରେ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଛନ୍ତି । ଏକଥା ହୁଏତ ଅନେକ ଜାଣି ନ ଥିବେ ଯେ କିଆରା ମାତ୍ର ୮ ମାସ ବୟସରୁ ଟେଲିଭିଜନରେ କାମକରିଥିଲେ । ସେ ଏକ ଆଡଭଟାଇଜିଂ କମର୍ସିଆଲରେ କାମ କରିସାରିଥିଲେ । କହିବା ବାହୁଲ୍ୟ ଯେ କିଆରା ଯେତେବେଳେ କ୍ୟାମେରାକୁ ଫେସ କଲେ ସେତେବେଳେ ସେ ମାତ୍ର ୮ ମାସର ହୋଇଥିଲେ । କୁହାଯାଏ କିଆରା ତାଙ୍କ ପ୍ରଥମ ପ୍ରୋଜେକ୍ଟଟରେ କିଛି କଥା ନ କହି ବି ଦର୍ଶକଙ୍କ ହୃଦୟ ଜିତିଥିଲେ । ୮ ମାସ ବୟସରେ କିଆରା ଯେଉଁ କମର୍ସିଆଲ ଫଟୋ ସୁଟ କରିଥିଲେ ସେତେବେଳେ ଦର୍ଶକ ତାଙ୍କ କ୍ୟୁଟନେସରେ ଫିଦା ହୋଇଯାଇଥିଲେ । କିଆରା ୨୦୧୬ର ଏକ ଟେଲିଭିଜନ କମର୍ସିଆଲ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ସେୟାର କରି କିଆରା ଲେଖିଛନ୍ତି, ପ୍ରଥମଥର ଲାଗି ସେ ତାଙ୍କ ମାଆଙ୍କ ସହ ବିଜ୍ଞାପନ ସୁଟିଂ କରିଥିଲେ ।