ଓଡ଼ିଶାସେଲିବ୍ରିଟିସ୍ୱତନ୍ତ୍ର

ମିଡିଆକୁ ଅପରାଜିତାଙ୍କ ଅପିଲ

କିଛିଦିନ ହେବ ଗଣମାଧ୍ୟମରେ ବାବୁସାନ-ପ୍ରକୃତି ଏବଂ ତୃପ୍ତି ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଛି । ଟିଭି ହେଉ କିମ୍ବା ଖବରକାଗଜ , ସବୁଠି ସମାନ ଖବର । ଖବର ପାଇଁ ମିଡିଆ ବନ୍ଧୁମାନେ ଦିନ ରାତି ବାବୁସାନଙ୍କ ଘର ଆଗରେ ଗହଳି ଜମାଉଛନ୍ତି ।

ତେବେ ଏହା ଭିତରେ ବାବୁସାନଙ୍କ ମା  ଅପରାଜିତା ମହାନ୍ତି ଘର ଆଗରୁ ଗହଳି ଏଡ଼ାଇବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପିଲ କରି କହିଛନ୍ତି -ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ । ଦୟା କରି ଗହଳି କରନ୍ତୁ ନାହିଁ । ଗହଳି ଏଡ଼ାନ୍ତୁ । ଯେକୌଣସି ସମୟରେ ଆମ୍ବୁଲାନ୍ସ ଆମ ଘରକୁ ଆସିପାରେ । ମିଡିଆ ବନ୍ଧୁମାନଙ୍କ ଗହଳି ଯୋଗୁଁ ଲୋକଙ୍କ ଯିବା ଆସିବା ଅସୁବିଧା ହେଉଛି । ମିଡିଆ ଆମକୁ ଅନେକ ସାହାଯ୍ୟ କରିଛି । ସେଥିପାଇଁ ଧନ୍ୟବାଦ

ତେବେ ସୂଚନା ଥାଉ କି, ଗତକାଲି ଫ୍ୟାନଙ୍କ ସହ ଜନ୍ମଦିନ ପାଳିଥିଲେ ବାବୁଶାନ୍। ସନ୍ଧ୍ୟାରେ ସେ ତାଙ୍କ ଘରେ ପରିବାର ସଦସ୍ୟ, ବନ୍ଧୁ ଓ ଫ୍ୟାନମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ବାବୁଶାନ ନିଜେ କେକ୍ କାଟିଥିବା ବେଳେ ତାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ତାଙ୍କ ଘରେ ଫ୍ୟାନ ଓ ଗମଣାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା।

Show More

Related Articles

Back to top button