ଦେଶସ୍ୱତନ୍ତ୍ର

ବଦଳିବାକୁ ଯାଉଛି ସ୍ପ୍ରାଇଟ ବୋତଲର ରଙ୍ଗ

ଖୁବଶୀଘ୍ର ସ୍ପ୍ରାଇଟ ବୋତଲର ରଙ୍ଗ ବଦଳିବାକୁ ଯାଉଛି । ସ୍ପ୍ରାଇଟ କମ୍ପ‌ାନି ୬୧ବର୍ଷ ପରେ ଏବେ  ଡିଜାଇନରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଅଗଷ୍ଟ ୧ରୁ ସବୁଜ ରଙ୍ଗର ସ୍ପ୍ରାଇଟ ବୋତଲ ବଦଳି ଧଳା କିମ୍ବା ଟ୍ରାନ୍ସପାରେଣ୍ଟ ବୋତଲରେ ବିକ୍ରି ହେବ । ପ୍ରଥମେ ଉତ୍ତର ଆମେରିକାରୁ ନୂଆ ବୋତଲର ବିକ୍ରି ଆରମ୍ଭ କରାଯିବ । ଏନେଇ ଆମେରିକୀୟ କମ୍ପାନି କୋକା କୋଲା ପକ୍ଷରୁ ସୂଚନା ମିଳିଛି ।

ତେବେ ପରିବେଶ ପ୍ରତି ନିଜର ଦାୟିତ୍ବ ପୂରଣ କରିବାକୁ ଯାଇ କମ୍ପାନି ଏହି ନିଷ୍ପତ୍ତି ନେଇଛି। କମ୍ପାନିର କହିବା ମୁତାବକ,  ସ୍ପ୍ରାଇଟର ସବୁଜ ରଙ୍ଗର ବୋତଲକୁ ପୁନଃ ବ୍ୟବହାର ଯୋଗ୍ୟ କରାଯାଇପାରୁନଥିବାରୁ କମ୍ପାନି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ସବୁଜ ରଙ୍ଗର ପ୍ଲାଷ୍ଟିକ୍ ବୋତଲ ପଲିଇଥାଇଲିନ ଟେରେଫଥାଲେଟରେ ତିଆରି। ତେଣୁ ଥରେ ବ୍ୟବହାର କରାଯିବା ପରେ ବୋତଲକୁ ପ୍ରାୟତଃ କାର୍ପେଟ ଏବଂ ପୋଷାକ ପରି ଏକକ ବ୍ୟବହାର ଜିନିଷ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ହେଲେ ଧଳା ରଙ୍ଗର କିମ୍ବା ଟ୍ରାନ୍ସପାରେଣ୍ଟ ବୋତଲ ମାର୍କେଟକୁ ଆସିଲେ ଥରେ ବ୍ୟବହାର ପରେ ଏହାକୁ ପୁନଃ ବ୍ୟବହାର କରାଯାଇ ବୋତଲ ତିଆରି କରାଯାଇପାରିବ।

ତେବେ ପ୍ରଥମେ ଉତ୍ତର ଆମେରିକାରୁ ନୂଆ ବୋତଲର ବିକ୍ରି ଆରମ୍ଭ କରିବାକୁ ଯାଉଥିବା କହିଛି କମ୍ପାନି। ଧିରେ ଧିରେ, ଭାରତ ସମେତ ସମଗ୍ର ବିଶ୍ୱରେ ସ୍ପ୍ରାଇଟ ନୂଆ ରଙ୍ଗର ବୋତଲ ବିକ୍ରି କରିବ‌ା ଆରମ୍ଭ କରିବ।

Show More

Related Articles

Back to top button