ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ବାଣୀରେ ମଧୁରତା ଓ ସ୍ୱଭାବରେ ବିନମ୍ରତା ବ୍ୟକ୍ତିକୁ କରିଥାଏ ଶ୍ରେଷ୍ଠ

ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ବ୍ୟକ୍ତି ନିଜର ଭାଷା ଶୈଳୀ ଓ ଶୋଭାବ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ

ଭାଷା ଶୈଳୀ ,ବାଣୀ ଓ ଶୋଭାବ ମନୁଷ୍ୟର ବ୍ୟକ୍ତିତ୍ୱ ଉପରେ ଅନେକ ପ୍ରଭାବ ପକାଇଥାଏ l ବିଦ୍ୱାନ ମାନଙ୍କ ମତରେ ଯେଉଁ ବ୍ୟକ୍ତିର ବାଣୀ ମଧୁର ,ଭାଷା ପ୍ରଭାବଶାଳୀ ଓ ଶୋଭାବରେ ବିନମ୍ର ଭାବ ରହିଛି ସେ ଜୀବନରେ ଅନେକ ଉନ୍ନତି କରିଥାଏ l ଗୀତାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ବ୍ୟକ୍ତିର ଗୁଣ ବିଷୟରେ କହିଛନ୍ତି ଯେ ବ୍ୟକ୍ତିକୁ ନିଜର ବ୍ୟକ୍ତିତ୍ୱ ପ୍ରକାଶ କରିବା ପାଇଁ ଶ୍ରେଷ୍ଠ ଗୁଣ ଆପଣାଇବା ବଶ୍ୟକ l ଯେଉଁ ବ୍ୟକ୍ତି ମଧୁର କଥା କହିଥାଅ ସେ ସମସ୍ତଙ୍କର ପ୍ରିୟ ହୋଇଥାଏ l ଏଭଳି ବ୍ୟକ୍ତି ଆଦର ସମ୍ମାନ ପାଇବା ସହିତ ତାକୁ ସମାଜରେ ସମସ୍ତେ ଅନୁକରଣ କରିଥାନ୍ତି l ତାକୁ ନେଇ କିଛିଟା କଥାକୁ ଧ୍ୟାନ ଦେବା ଆବଶ୍ୟକ l

* ଦୂଷିତ ବାଣୀ ଶୁଣିବା ପାଇଁ କେହି ପସନ୍ଦ କରି ନଥାନ୍ତି l ତେଣୁ କଥା କହିଲା ବେଳେ ସଂଯମତା ରକ୍ଷା କରିବା ବଶ୍ୟକ l ମାତ୍ର ପଦିଏ କଥାରେ ବେଳେ ବେଳେ ଭଲ ସମୟ ମଧ୍ୟ ଖରାପ ସମୟରେ ପରିଣତ ହୋଇ ଯାଇଥାଏ l ମଣିଷ ସବୁବେଳେ ପର ଚର୍ଚା ଠାରୁ ଦୁରେଇ ରହିଲେ ନିଜର ଭାଷା ଶୈଳୀକୁ ବଦଳାଇ ପାରିବ l କାରଣ ପର ଚର୍ଚା ଦ୍ୱାରା ମଣିଷ ପ୍ରଭାବିତ ହୋଇ ଅନ୍ୟ ମାନଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରିବା ସହିତ ଭାଷା ଶୈଳୀ ମଧ୍ୟ ଭୁଲି ଯାଇଥାଏ l

* ବିଦ୍ୱାନ ମାନଙ୍କ ମତରେ ଜ୍ଞାନ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରକାଶ କରିଥାଏ l ସମସ୍ତ ଶିକ୍ଷିତ ବ୍ୟକ୍ତି କେବେବି ଜ୍ଞାନୀ ନୂଆହାନ୍ତି ,ଜ୍ଞାନୀ ବ୍ୟକ୍ତିର ଶୋଭାବ ସବୁବେଳେ ବିନମ୍ର ହୋଇଥାଏ l ଏଭଳି ବ୍ୟକ୍ତି ଭଲ ଓ ମନ୍ଦ ଭିତରେ ପ୍ରଭେଦ ଜାଣିଥାଏ l ଯେଉଁ ବ୍ୟକ୍ତି ଭଲ ଓ ଖରାପ ଭିତରେ ପାର୍ଥକ୍ୟ ବୁଝିଯାଏ ତାର ଶୋଭାବରେ ସକାରାତ୍ମକ କୋମଳତା ଆସିଥାଏ l

Show More

Related Articles

Back to top button