ସ୍ୱାସ୍ଥ୍ୟ

ଭୋକ ଲାଗିବା ମାତ୍ରେ ଆପଣ ଏହିସବୁ ଜିନିଷ ଖାଉଛନ୍ତିକି? ହୋଇଯାଆନ୍ତୁ ସାବଧାନ

ଦେଖା ଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଭୋକ ଗୋଟିଏ ଏପରି ଜିନିଷ ଯାହା ହେବ ମାତ୍ରେ ଆମକୁ ଚତୁର୍ଦିଗ ଅନ୍ଧାର ଦେଖା ଯାଇଥାଏ l ଆମେ ସେହି ସମୟରେ ଯେକୌଣସି ଜିନିଷ ଖାଇବାକୁ ପ୍ରସ୍ତୁତ ହୋଇ ଯାଉ l ଲାଗେ ଯେପରି ପେଟରେ ନିଆଁ ଜାଳି ଯାଉଛି ,ସେହି ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ l ତେଣୁକରି ଭୋକ ହେବ ସମୟରେ ଏଭଳି କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ,ସେଗୁଡିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ l କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ ଆସନ୍ତୁ ଜାଣିବା ସେଗୁଡିକ କଣ l

* ଚିପ୍ସ -ଚିପ୍ସ ସେବନ କରିବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ l ଏକଥା ପ୍ରାୟ ଆପଣ ସମସ୍ତେ ଜାଣିଛନ୍ତି ,କିନ୍ତୁ ଏହାକୁ ଖାଲି ପେଟରେ ଖାଇବା ତାଠାରୁ ଅଧିକ ଭୟଙ୍କର ଅଟେ l ଚିପ୍ସ ଆମର ପାଚନ କ୍ରିୟାକୁ ପ୍ରଭାବିତ କାରିଥାଏ l ଗବେଷକ ମାନଙ୍କ ମତରେ ଏହା ଆମର ଗ୍ୟାଷ୍ଟିକ ସମସ୍ୟା ସହିତ ଅନେକ ଗୁଡିଏ ପେଟର ରୋଗ ସୃଷ୍ଟି କରିଥାଏ l ଯେଉଁ କାରଣରୁ ଏସିଡ଼ିଟି ହେବ ସହିତ ଭୋକ ସମସ୍ୟା ମଧ୍ୟ ହୋଇଥାଏ l

* କଫି-କଫି କିମ୍ବା ଚା ଖାଲି ପେଟରେ ସେବନ କରିବା ଉଚିତ ନୁହେଁ ,କାରଣ ଏହା ଆମର ଶରୀରକୁ ଯାଇ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ l ଖାଲି ପେଟରେ କାଫି କିମ୍ବା ଚା ସେବନ କରିବା ଦ୍ୱାରା ଆମ ଶରୀରରେ ହାଇଡ୍ରୋକ୍ଳରିକ ଏସିଡ ପ୍ରସ୍ତୁତ ହୋଇଥାଏ l ଯାହା ଆପଣଙ୍କ ପାଚନ ତନ୍ତ୍ରର କ୍ଷତି କାରିଥାଏ l

 

* ଫଳ -ଫଳ ସେବନ କରିବା ଶରୀର ପକ୍ଷ ହିତକର l ହୁଏତ ଖାଲି ପେଟରେ ଫଳ ସେବନ କଲେ ଶରୀରର କ୍ଷତି ହୋଇଥାଏ ବୋଲି ଆପଣ ଜାଣି ନଥିବେ l ଏହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢ଼ାଇ ଦେଇଥାଏ l କିନ୍ତୁ ଯଦି ଆପଣ ଚାହିଁବେ ସାମାନ୍ୟ ଅଳ୍ପ ଟିକିଏ ଖାଇ ପାରିବେ l ଆପଣ ସାମାନ୍ୟ କିଛି ଖାଦ୍ୟ ଗ୍ରହଣ କରି ଫାଳ କିମ୍ବା ଫଳରସ ଖାଆନ୍ତୁ l

* ପ୍ରୋଟିନ ସେକ -ଖାଲି ପେଟରେ ପ୍ରୋଟିନ ସେକ ପିଇବା ଶରୀର ପକ୍ଷ ହିତକର ନୁହେଁ l ଆପଣ ଏହାକୁ ଖାଦ୍ୟ ଖାଇବାର ଦୁଇ ରୁ ତିନି ଘଣ୍ଟା ପରେ ସେବନ କରି ପାରିବେ l ଖାଲି ପେଟରେ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ସହିତ ସମ୍ମୁଖୀନ ହୋଇ ପାରନ୍ତି l

* ବିସ୍କୁଟ -ଅନେକ ବ୍ୟକ୍ତି ଅଛନ୍ତି ଖାଲି ପେଟରେ ଭୋକ ଲାଗିବ ମାତ୍ରେ ବିସ୍କୁଟ ଖାଇ ଥାନ୍ତି l ଏହା ଆପଣଙ୍କ ପାଚନ ସମସ୍ୟାକୁ ପ୍ରଭାବିତ କରିଥାଏ କାରଣ ଆପଣଙ୍କୁ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ଥାଏ l ଆପଣଙ୍କୁ ଯଦି ସକାଳୁ ଭୋକ ଲାଗୁଛି ତେବେ ଏପରି ସ୍ଥାନରେ ଆପଣ ବସି ରୁଟି ଖାଇ ପାରିବେ l

Show More

Related Articles

Back to top button