Breaking PLUSଦେଶ ବିଦେଶମୁଖ୍ୟ ଖବର

କେରଳର କଲମାସେରୀରେ ବୋମା ବିସ୍ଫୋରଣ : ଜଣେ ମୃତ, ୩୬ରୁ ଉର୍ଦ୍ଧ୍ଵ ଆହତ

ନୂଆଦିଲ୍ଲୀ- କେରଳର ଏର୍ଣ୍ଣାକୁଲମ ଜିଲ୍ଲାର କଲମାସେରୀ ସ୍ଥିତ ଏକ କନଭେସନ ସେଂଟରରେ ରବିବାର ସକାଳେ ଘଟିଥିବା ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ୩୬ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହିତ ଏନେଇ କଥା ହୋଇଛନ୍ତି ଏବଂ ବୋମା ବିସ୍ଫୋରଣ ପରବର୍ତି ସ୍ଥିତିର ସମୀକ୍ଷା କରିଛନ୍ତି । ଏନ.ଆଇ.ଏ. ଏବଂ ଏନ.ଏସ.ଜି. ସେଠାରେ ପହଂଚି ଘଟଣାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

କେରଳର ପୋଲିସ ମହାନିର୍ଦ୍ଦେଶକ ଡଃ. ଶେଖ ଦରବେଶ ସାହବ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଇଇଡି ଡିଭାଇସ୍ ରୁ ଏହି ବିସ୍ଫୋରଣ କରାଯାଇଛି । ଆଜି ସକାଳ ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଜମରା ଇଂଟରନେସନାଲ କନଭେନସନ ଏଣ୍ଡ ଏଗଜିବିଶନ ସେଂଟରରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଆହତ ମାନେ ଚିକିତ୍ସାଧିନ ରହିଛନ୍ତି । ପୋଲିସର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତଦନ୍ତ ଜାରି ରହିଛି ।

Show More

Related Articles

Back to top button