ଜୀବନଚର୍ଯ୍ୟାଦେଶ ବିଦେଶ

ନିଜର କ୍ରୋଧଠାରୁ ଦୁରେଇ ରହିବା ହେଉଛି ସଫଳତାର ପୁଞ୍ଜି

ବିଭିନ୍ନ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି l କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ

କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ lଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି l ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ l

* କ୍ରୋଧରେ ବ୍ୟକ୍ତିର ଚେତନା ଶକ୍ତି ନଷ୍ଟ ହୋଇଯାଏ ଯାହା ତା ପାଇଁ କ୍ଷତିକାରକ ଅଟେ

* କ୍ରୋଧ ସମୟରେ ବ୍ୟକ୍ତିର ଏପରି କିଛି କାର୍ଯ୍ୟକଳାପ ତାକୁ ଅସୁବିଧାରେ ପକାଇଥାଏ ଯାହା ଜୀବନରେ ଉଚିତ ଶିକ୍ଷା ପାଇବା ଭଳି ହୋଇଥାଏ

* ବିଦ୍ୱାନ ମାନେ କହିଛନ୍ତି ମଣିଷର ବଡ଼ ଶତ୍ରୁ ହେଉଛି କ୍ରୋଧ କାରଣ କ୍ରୋଧ ଅହଂକାରକୁ ବଢ଼ିଥାଏ l ଅହଂକାରୀ ବ୍ୟକ୍ତି ନିଜର ସର୍ବନାଶ କରିବା ସହିତ ଅନ୍ୟ ମାନଙ୍କର ମଧ୍ୟ ସର୍ବନାଶ କରେ l

* କ୍ରୋଧଠାରୁ ସର୍ବଦା ଦୁରେଇ ରହିବ ପାଇଁ ପ୍ରୟାସ କରିବା ଆବଶ୍ୟକ କାରଣ କ୍ରୋଧୀ ବ୍ୟକ୍ତି ଠାରୁ ସମସ୍ତେ ଦୂରତା ରଖି ସମ୍ପର୍କ ରଖନ୍ତି l

* କ୍ରୋଧ କରୁଥିବା ବ୍ୟକ୍ତିକୁ ଅନ୍ୟମାନେ ଭୟ କରିଥାନ୍ତି l କାରଣ ସେ ଅନ୍ୟ ମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରି ଡରଇ ରଖିବାକୁ ଚେଷ୍ଟା କରିଥାଏ l

* କ୍ରୋଧକୁ ଜ୍ଞାନ ,ସଂସ୍କାର ଓ ଆଧ୍ୟାତ୍ମିକ ଭାବ ଦ୍ୱାରା ଦୂର କରାଯାଇ ପାରିବ l ଯେଉଁ ବ୍ୟକ୍ତି ମାନବ ଜୀବନକୁ ଠିକରେ ଉପଯୋଗ କରି ପାରିଲା ସେଭଳି ବ୍ୟକ୍ତି କ୍ରୋଧଠାରୁ ଦୁରେଇ ରହିବ l

Show More

Related Articles

Back to top button