ଦେଶ ବିଦେଶସ୍ୱାସ୍ଥ୍ୟ

ପରୀକ୍ଷା ସମୟରେ ପିଲା ମାନଙ୍କର ସ୍ମରଣ ଶକ୍ତି ବଢାଇବା ପାଇଁ : ଖାଦ୍ୟରେ ଦିଅନ୍ତୁ ଏହିସବୁ ଜିନିଷ

ପିଲା ମାନଙ୍କର ମସ୍ତିସ୍କ ଉପରେ ସେମାନଙ୍କର ପାଠପଢା ନିର୍ଭର କରିଥାଏ l ଯାହା ଫଳାଫଳ ଆମେ ପରୀକ୍ଷା ସମୟରେ ଦେଖିବାକୁ ପାଇଥାଉ l ତେଣୁ ଏପରି କିଛି ଖାଦ୍ୟ ରହିଛି ଯାହା ଦ୍ୱାରା ପିଲା ମାନଙ୍କର ସ୍ମରଣ ଶକ୍ତିକୁ ଦ୍ରୁତ କରିବା ସହିତ ସେମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ

ବିଶେଷଜ୍ଞ ମାନଙ୍କ ମତରେ ପରୀକ୍ଷା ସମୟରେ ଚିନ୍ତା ରହିବା ଗୋଟିଏ ସାଧାରଣ ସମସ୍ୟା l ଏହାକୁ ନେଇ ଆପଣ ମଧ୍ୟ ଚିନ୍ତିତ ହେବ ଉଚିତ ନୁହେଁ ,ଗୋଟିଏ ଗବେଷଣାରୁ ଜଣା ପଡିଛି ପିଲା ମାନଙ୍କୁ ସ୍ମରଣ ଶକ୍ତି ବଢାଇବା ପାଇଁ ଖାଦ୍ୟରେ କେତୋଟି ଜିନିଷ ସାମିଲ କରିବା ଆବଶ୍ୟକ ଯାହା ଦ୍ୱାରା ସେମାନଙ୍କର ଚିନ୍ତା ଦୂର ହେବ ସହିତ ମସ୍ତିସ୍କ ମଧ୍ୟ ସ୍ଥିର ରହିବ l

* ଅଣ୍ଡାରେ ଫୋଲଡ ,ଫସଫରସ,କ୍ୟାଲେସିୟମ୍,ସେଲେଲିୟମ ଓ ଭିଟାମିନ-ଏ ,ବି ,ଇ ,କେ ରହିଛି l ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରୀ l ଚିକିସକ ମାନେ କହିଛନ୍ତି ଅଣ୍ଡା ଖାଇବା ଦ୍ୱାରା ମିଳୁଥିବା ପୋଷାକ ତତ୍ୱ ମସ୍ତିଷ୍କର କାର୍ଯ୍ୟକୁ ବଢ଼ାଇ ଥାଏ l ତା ସହିତ ବ୍ୟକ୍ତିର କାର୍ଯ୍ୟ କରିବାର କ୍ଷମତା ଅଧିକ ହୋଇଥାଏ l

* ଚକଲେଟ ଖାଇବାକୁ ସମସ୍ତେ ପିଲାମାନେ ଭଲ ପାଇଥାନ୍ତି ଏଥିରେ ପ୍ରୋଟିନ ଓ ଫ୍ଲେଵୋନଏଡ ରହିଛି ଯାହା ମାନସିକ ସ୍ତରରେ ଚିନ୍ତାମୁକ୍ତ କରିବା ସହିତ ମୁଣ୍ଡକୁ ଥଣ୍ଡା ରଖିଥାଏ l ତେଣୁ ଗବେଷକ ମାନଙ୍କ ମତରେ ପରୀକ୍ଷା ସମୟରେ ଡାର୍କ ଚକଲେଟ ଖାଇବା ଆବଶ୍ୟକ l

* ଗବେଷକ ମାନଙ୍କ ମତରେ ଅଙ୍ଗୁର ଭଳି ବିଭିନ୍ନ ପ୍ରକାରର କୋଳିରେ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ମସ୍ତିଷ୍କକୁ କାର୍ଯ୍ୟଶୀଳ କରାଇଥାଏ l ତେଣୁ ପରୀକ୍ଷା ସମୟ ରେ ଅଙ୍ଗୁର ଭଳି ବିଭିନ୍ନ ପ୍ରକାରର କୋଳି ଖାଇବାକୁ ଦେବା ଉଚିତ l

* ଶସ୍ୟ ଜାତୀୟ ଜିନିଷ ଶରୀର ପାଇଁ ହିତକର କିନ୍ତୁ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗୋଟିଏ ଅଧୟନରୁ ଜଣା ପଡିଛି ଯେ ଭାରତରେ ମିଳୁଥିବା ଶସ୍ୟ ଜାତୀୟ ଜିନିଷ ଶରୀର ପାଇଁ ଅତ୍ୟନ୍ତ ହିତକର ହେବ ସହିତ ମସ୍ତିସ୍କ ପାଇଁ ମଧ୍ୟ ଲାଭ ଦାୟକ l ଯାହା ଦ୍ୱାରା ମସ୍ତିଷ୍କର ସ୍ମରଣ ଶକ୍ତି ବଢିବା ସହିତ ଆଳସ୍ୟପଣ ଦୂର ହୋଇଥାଏ l

Show More

Related Articles

Back to top button