ଦେଶପୂଜା ପାର୍ବଣଭକ୍ତି

୬ମାସ ପର୍ଯ୍ୟନ୍ତ ବନ୍ଦ୍ ହେଲା କେଦାରନାଥ ପୀଠ,ଉଖିମଠ ଠାରେ ବାବାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ବନ୍ଦ୍ ହେଲା କେଦାରନାଥ ପୀଠ । ଗତ କାଲିଠୁ ୬ମାସ ପାଇଁ କେଦାରନାଥ ପୀଠ କବାଟକୁ ବନ୍ଦ୍ କରିଦିଆଯାଇଛି । ପରମ୍ପରା ଅନୁସାରେ ବିଶ୍ୱର କଲ୍ୟାଣ ପାଇଁ ଅଥବା ଶୀତଋତୁକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟା ୩୦ରେ ଏହି କବାଟକୁ ବନ୍ଦ କରାଯାଇଥିଲା । ବନ୍ଦ୍ ସମୟରେ ୩ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିଥିଲେ । ବେଦମନ୍ତ୍ର ଉଚ୍ଚାରଣ, ସେନାର ମରାଠା ରେଜିମେଣ୍ଟ ବ୍ୟାଣ୍ଡ୍‌ର ଭକ୍ତିମୟ ଧୁନ, ସ୍ଥାନୀୟ ଢ଼ୋଲ ଓ ମାଦଳ ପରିବେଷଣରେ ଦୁଲୁକିଥିଲା ପୀଠ ।

ତେବେ କବାଟ ବନ୍ଦ ହେବା ପରେ ବାବାଙ୍କ ଚଳନ୍ତି ବିଗ୍ରହର ପାଲିଙ୍କି ଶୀତକାଳୀନ ସ୍ଥାନ ଉଖିମଠର ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଛି । ଗତକାଲି ବିଶେଷ ପୂଜାର୍ଚ୍ଚନା ପରେ ବାବାଙ୍କ ପଞ୍ଚମୁଖୀ ପାଲିଙ୍କିକୁ ମନ୍ଦିର ପରିସର ସଭାମଣ୍ଡପରେ ପ୍ରତିଷ୍ଠା କରାଯାଇଥିଲା । ଉଖିମଠ ଠାରେ ୬ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହାକୁ ପୂଜାର୍ଚ୍ଚନା କରିପାରିବେ ।

ସେହିପରି ପବିତ୍ର ଭାଇଦୁଜ ଉପଲକ୍ଷେ ଗୁରୁବାର ମଧ୍ୟ ଯମୁନୋତ୍ରୀ ପୀଠର କବାଟ ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଗତକାଲି ମଧ୍ୟାହ୍ନ ୧୨ଟା ୧ରେ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ କରାଯାଇଥିଲା । ଆସନ୍ତା ନଭେମ୍ବର ୧୯ରେ ବନ୍ଦ ହେବ ବଦ୍ରୀନାଥ ଧାମର କବାଟ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗତ ମେ ୩ ତାରିଖରେ ଚଳିତବର୍ଷର ଚାରିଧାମ ଯାତ୍ରା ଆରମ୍ଭ ହୋଇଥିଲା । କେଦାରନାଥଙ୍କ ମନ୍ଦିର କବାଟ ମେ ୬ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିଲା ।

Show More

Related Articles

Back to top button