Breaking PLUSଦେଶମୁଖ୍ୟ ଖବର
କାଶ୍ମୀର ଘାଟିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳେ

ଜମ୍ମୁ, ୨ ଜାନୁଆରୀ – କାଶ୍ମୀରରେ ଲଗାତାର ଶୁଷ୍କ ପାଗ ରହୁଥିବା ବେଳେ ମଙ୍ଗଳବାର କାଶ୍ମୀର ଘାଟିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଛି । ସେହିପରି ଶ୍ରୀନଗରରେ ତାପମାତ୍ରା ଶୂନରୁ ୪.୮ ଡିଗ୍ରୀ ତଳେ ରହିଛି । ଯେତେବେଳେକି, ଦକ୍ଷିଣ କାଶ୍ମୀରର କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୪.୪ ଡ଼ିଗ୍ରୀ ସେଲସିୟସ୍ ତଳେ ରହିଥିବା ରେକର୍ଡ଼ ହୋଇଛି । ଦକ୍ଷିଣ କାଶ୍ମୀରର ପହଲଗାମରେ ତାପମାତ୍ରା ଶୂନରୁ ୬.୨ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି । ସେହିପରି ପ୍ରସିଦ୍ଧ ସ୍କି-ରିସୋର୍ଟ ଗୁଲମର୍ଗରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୪.୦ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ଉତର କାଶ୍ମୀରର କୁପୱାଡାରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୪.୬ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି । ଯେତେବେଳେକି, କୋକେରନାଗରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୨.୭ ଡ଼ିଗ୍ରୀ ସେଲସିୟସ୍ ତଳେ ରେକର୍ଡ଼ ହୋଇଛି ।