Breaking PLUS

କର୍ଲାପାଟ ହାତୀ ମଡକ ଘଟଣା : ଅଭୟାରଣ୍ୟରେ ପହଁଞ୍ଚି ସ୍ଥିତି ପରଖୁଛି କେନ୍ଦ୍ରୀୟ ଟିମ୍‌

କଳାହାଣ୍ଡ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ କେନ୍ଦ୍ରୀୟ ଟିମ୍ । ଏହି କେନ୍ଦ୍ରୀୟ ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ବାଇଲ୍ଡ ଲାଇଫ୍, ଡଃ.ପ୍ରଜ୍ଞା ପି ପଣ୍ଡା କୋର୍ଡିନେଟର ନ୍ୟାସନାଲ ଏଲିଫ୍ୟାଣ୍ଟ ସେଣ୍ଟର, ପ୍ରଫେସର ଡଃ. ନିରଞ୍ଜନ ସାହୁ ଓୟୁଏଟି ବିଶେଷଜ୍ଞ ଅଛନ୍ତି ।

କେନ୍ଦ୍ରୀୟ ଟିମ୍ ସହ ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ମଧ୍ୟ ରହିଛନ୍ତି। ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ପ୍ରାଥମିକ ରିପୋର୍ଟ ରହିଥିଲେ ହେଁ କେନ୍ଦ୍ରୀୟ ଟିମ୍ ମୃତ୍ୟୁର କାରଣ ନିଜେ ଯାଞ୍ଚ କରିବେ। ଏଣୁ ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପିଉଥିବା ନାଳ ତଥା ନିକଟସ୍ଥ ଗାଁକୁ ଟିମ୍ ପରିଦର୍ଶନ କରୁଛନ୍ତି । କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ ।

ଫଳରେ ଦେଶରେ ସ୍ଥିତ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ପ୍ରଦାନ କରିବେ । କର୍ଲାପାଟ ଅଭୟାରଣ୍ୟରେ ୧୪ଦିନ ମଧ୍ୟରେ ୬ହାତୀର ମୃତ୍ୟୁ ଗଜରାଜ ସଙ୍କଟକୁ ନେଇ ଚିନ୍ତା ବଢାଇ ଦେଇଥିବା କେନ୍ଦ୍ରୀକ ଟିମ୍ ର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମ୍ ର ରିପୋର୍ଟର ଗୁରୁତ ରହିଛି।

General principles of writhing test item of individuation as in the cvs. viagra malaysia price View this post on Instagram.

Show More

Related Articles

Back to top button