Breaking PLUS

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଭିଡିଓ କନଫରେନ୍ସିଂରେ ହେବ ବୈଠକ । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲକ ଏହା ଷଷ୍ଠ ବୈଠକ । ପ୍ରଥମ ଥର ବୈଠକରେ ସାମିଲ ହେବ ଲଦାଖ । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ସରକାରୀ ଅଧିକାରୀ ସାମିଲ ହେବେ ।

ଆଜିର ବୈଠକରେ ସାମିଲ ହୋଇ ନପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୁହାଯାଉଛି ଅସୁସ୍ଥତା କାରଣରୁ ଅମରିନ୍ଦର ସିଂହ ଯୋଗ ଦେଉ ନଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ବୈଠକରେ ସାମିଲ ହୋଇପାରନ୍ତି ।

ସେହିପରି ମମତା ବାନାର୍ଜୀ ବୈଠକକୁ ଆସିବେ ନାହିଁ ବୋଲି ବି ଚର୍ଚ୍ଚା ହେଉଛି । ନୀତି ଆୟୋଗ ବୈଠକ ନିଷ୍ଫଳ କହି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ । ଏହାର କୌଣସି ଆର୍ଥିକ କ୍ଷମତା ନ ଥିବାରୁ ରାଜ୍ୟର ଯୋଜନାଗୁଡ଼ିକୁ ସହାୟତା ଦେଇ ପାରିବ ନାହିଁ ବୋଲି ମମତା କହିଥିଲେ ।

Si puo acquistare il viagra senza ricetta in farmacia. viagra malaysia Viagra kopen in marokko.

Show More

Related Articles

Back to top button