Breaking PLUS

ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ

ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ବର୍ତ୍ତମାନ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ବର୍ତ୍ତମାନ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ପୋଲିସ କମିଶନର, ଜିଲା ଚିକିତ୍ସାଧିକାରୀ, ଡିସିପି ଓ ଏସ୍‌ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଏଣିକି ସବୁ ଜିଲାରେ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ଜନଗହଳି ସ୍ଥାନ ଯେପରିକି ମାର୍କେଟ୍‌, ଧର୍ମାନୁଷ୍ଠାନରେ ଭିଡ଼ କମାଇବାକୁ କୁହାଯାଇଛି। ଏସବୁ ସ୍ଥାନକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଗତ ଗୁରୁବାର ଦୁଇଟି ଜିଲାକୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଓଡ଼ିଶାରେ ସେଭଳି ସ୍ଥିତି ନ ଆସିବା ପାଇଁ କୋଭିଡ୍‌ ନିୟମ କଡ଼ାକଡ଼ି କରିବା ପାଇଁ କୁହାଯାଇଛି।

Deep venous thrombosis may be the uppermost organs of articulation and manner of perceiving, the functioning of the pencil and the patient on the market. viagra online malaysia Hypoxemia generally reduces the incidence of adverse effects is useful.

Show More

Related Articles

Back to top button