ଦେଶମନୋରଞ୍ଜନମୁଖ୍ୟ ଖବର

ଖୁବ୍ ଶୀଘ୍ର ବଡ ପରଦାରେ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ଼’

ଏପ୍ରିଲ ନୁହେଁ ମେ ରେ ରିଲିଜ୍

ଅଭିନୟ ଏବଂ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରଣାୱତ ଫିଲ୍ମ ‘ଧାକଡ଼କୁ’ ନେଇ ଆଲୋଚନା ଜୋର ଧରିଛି । ତାଙ୍କ ଅଭିନୟକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଲାଗିରହିଥାଏ । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ। ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି ।

କଙ୍ଗନା ନିଜେ ତାଙ୍କ ଫିଲ୍ମର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେବା ସହ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । ଏହା ହିନ୍ଦି, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ରାଜୀ ଘାଇ । ତେବେ କରୋନା ମହାମାରୀ ଯୋଗୁଁ ଚଳଚ୍ଚିତ୍ରର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା ବୋଲି ଜଣାପଡିଛି ।

Show More

Related Articles

Back to top button