ବ୍ୟକ୍ତିତ୍ୱ
ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା

ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା। ସୋମବାର ଦେଶର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ତେବେ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ରହିଥିବାବେଳେ ସୁପ୍ରିମକୋର୍ଟର ସମାରୋହ ପୀଠ ବସିଥିଲା ।
ତାଙ୍କର ଉତ୍ତରାଧିକାରୀ ସିଜେଆଇ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ପାରମ୍ପରିକ ଭାବେ ତାଙ୍କର ଡାହାଣ ପାର୍ଶ୍ୱରେ ବସିଥିଲେ । ଏଥିସହିତ ବିଚାରପତି ବେଲା ମାଧୁର୍ଯ୍ୟ ତ୍ରିବେଦୀ ବାମ ପାର୍ଶ୍ୱରେ ବସିଥିଲେ। ଆଜିର କାର୍ଯ୍ୟସୂଚୀରେ ୧୫ ମୋକଦ୍ଦମା ସାମିଲ ଥିଲା ଓ ସେମଧ୍ୟରେ ଅଧିକାଂଶ ମଧ୍ୟସ୍ଥତା ଓ ସ୍ଥାନାନ୍ତର ସମ୍ବନ୍ଧିତ ମାମଲା ଥିଲା।
ଏହି ଅବସରରେ ପରବର୍ତ୍ତୀ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଏଠାରେ ଅନେକ ସଫଳ ପ୍ରଧାନ ବିଚାରପତି କାର୍ଯ୍ୟ କରିଛନ୍ତି କିନ୍ତୁ ଆପଣ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆପଣ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଭବିଷ୍ୟତରେ ମଧ୍ୟ ଜାରି ରହିବ |