ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ସଂସଦ ବାହାରେ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟା,ମୋଦି ସରକାରରେ କେହି ନେଇପାରିବେନି ଗୋଟିଏ ଇଞ୍ଚ

ସଂସଦ ବାହାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗୃହମନ୍ତ୍ରୀ । ଭାରତୀୟ ଯବାନଙ୍କ ବୀରତ୍ୱ ପାଇଁ ପ୍ରଶଂସା କରି ଅମିତ ଶାହ କହିଛନ୍ତି ଯେ, ମୋଦି ସରକାର ଥିବା ଯାଏଁ କେହି ନେଇପାରିବେନି ଗୋଟିଏ ଇଞ୍ଚ ଯାଗା । କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡି ଆସିଥିଲା ।

ଗତ ୯ ତାରିଖ ଦିନ ଅରୁଣାଚଳପ୍ରଦେଶର ତାୱଙ୍ଗ ସେକ୍ଟରରେ ଧସ୍ତାଧସ୍ତି ହୋଇଥିଲେ ଭାରତୀୟ ଓ ଚୀନ ସେନା । ଏଥିରେ ଉଭୟ ପକ୍ଷର କିଛି ସୈନିକ ଆହତ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚୀନ ଏହାକୁ ଦକ୍ଷିଣ ତିବ୍ବତ୍ର ଏକ ଅଂଶ ବୋଲି ଦାବି କରିଆସୁଛି । ଉଭୟ ଦେଶ ମଧ୍ୟ ସୀମାକୁ ନେଇ ବିବାଦ ଲାଗିରହିଛି ।

ଚୀନର ସମ୍ଭାବ୍ୟ କାରନାମାକୁ ନିଷ୍ଫଳ କରିବାକୁ ପୂର୍ବତ୍ତୋର ଅଞ୍ଚଳରେ ଭାରତ ସରକାର 40,000 କୋଟି ଟଙ୍କା ବ୍ୟୟରେ ଫ୍ରଣ୍ଟିୟର୍ ହାଇୱେ ନିର୍ମାଣ କରୁଛନ୍ତି । ପ୍ରାୟ 20,000 କିମି ଦୀର୍ଘ ଏହି ହାଇୱେ ଅରୁଣାଚଳ ପ୍ରଦେଶର ଜୀବନ ରେଖା ହେବ । ଚୀନର ସାମ୍ନା କରିବାକୁ ଭାରତର ସ୍ଥାୟୀ ଗ୍ରାଉଣ୍ଡ ପୋଜିସନ ଲାଇନ ମଧ୍ୟ ହୋଇ ପାରିବ ।

Show More

Related Articles

Back to top button