ଖେଳ

ଜୁନିୟର ବିଶ୍ବକପ୍ ହକି ୨୦୨୧

ଉଦଘାଟନୀ ମ୍ୟାଚ୍‌ରେ ବେଲଜିୟମର ଦମଦାର ବିଜୟ, ୫-୧ଗୋଲରେ ହାରିଲା ଦକ୍ଷିଣ ଆଫ୍ରିକା

ରାଜଧାନୀରେ ପୁଣି ହକି ଫିଭର । ଆଜିଠୁ କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍ । ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ତେବେ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ୍‌ର ଦମ୍‌ଦାର ବିଜୟ । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି ବେଲ୍‌ଜିୟମ୍‌ । ସଂଧ୍ୟାରେ ଫ୍ରାନ୍ସକୁ ଭେଟିବ ଭାରତ ।

ଖବର ଅନୁଯାୟୀ, ଆଜିଠାରୁ ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ବିନାଦର୍ଶକରେ ୧୬ ଟିମ ମଧ୍ୟରେ ହେବ ଟକ୍କର। ଟର୍ଫ ଉପରେ ଟକ୍କର ଚାଲିଥିବ କିନ୍ତୁ ଷ୍ଟାଡିୟମରେ ରହିବେନି ଦର୍ଶକ। ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଥିବା ବେଳେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ବେଲ୍‌ଜିୟମ । ୫-୧ ଗୋଲ୍‌ରେ ପରାସ୍ତ କରିଛି ବେଲଜିୟମ । ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ କୁ ଚାଇନାକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ପ୍ରାନସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ କରାଯାଉଛି ।

Show More

Related Articles

Back to top button