ଓଡ଼ିଶାମୁଖ୍ୟ ଖବର

ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ। ୩୧ ପରେ କଳା ରେଜଲ୍ଟ ପ୍ରକାଶ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଛନ୍ତି। ଏ ନେଇ ସୁପ୍ରିମକୋର୍ଟରେ ସ୍ଵତନ୍ତ୍ର ପିଟିସନ ଦାୟର କରାଯାଇଛି। ଉଲ୍ଲେଖନୀୟ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ କରିବାକୁ କହିଥିଲେ ସୁପ୍ରିମକୋର୍ଟ।ସୂଚନାଯୋଗ୍ୟ, ଜୁଲାଇ ୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି କହିଥିଲେ। ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାର ପାଇଁ ଆମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ଆମେ ୩୧ ସୁଦ୍ଧା ଫଳ ବାହାର କରିବାକୁ ଆମେ ଚେଷ୍ଟା କରୁଛୁ । ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଦଶମ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୨ର ମୂଲ୍ୟାୟନ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।

ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କୁ ମାଟ୍ରିକ ଭିତ୍ତିରେ ନମ୍ବର ଦିଆଯିବ। ଯେଉଁ ଛାତ୍ର-ଛାତ୍ରୀ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇ ପାରିବେ। କୋଭିଡ୍ ପରିସ୍ଥିତି ସ୍ଵାଭାବିକ ହେବା ପରେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଥିଲା। ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଥିଲା। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ। ଏହି କମିଟି ଦଶମ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୧୨ ଦ୍ଵାଦଶ ପରୀକ୍ଷାର ମୂଲ୍ୟାୟନ କରାଯାଉ ବୋଲି ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ଉପରେ ଏବେ ମୋହର ମାରିଛି ଉଚ୍ଚ ଶିକ୍ଷା ବିଭାଗ।

Show More

Related Articles

Back to top button