Breaking PLUSଓଡ଼ିଶାମୁଖ୍ୟ ଖବର

କେନିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ଜେପି ନଡ୍ଡା

ନୂଆଦିଲ୍ଲୀ, 6 ଡିସେମ୍ବର – ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର କେନିଆ ରାଷ୍ଟ୍ରପତି ଡକ୍ଟର ୱିଲିୟମ ରୁଟୋଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ନଡ୍ଡା ତାଙ୍କୁ ବିଜେପିର ବିଚାରଧାରା, ସଙ୍ଗଠନାତ୍ମକ ସଂରଚନା ଓ ଦଳ ବିଷୟରେ ବୁଝାଇଛନ୍ତି । ଏନେଇ ନଡ୍ଡା ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ବିଜେପିକୁ ପ୍ରଥମେ ଜାଣ ଆଧାରରେ ନୂଆଦିଲ୍ଲୀରେ କେନିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛି । ଏହି ଭେଟଘାଟ ସମୟରେ ତାଙ୍କୁ ବିଜେପିର ବିଚାରଧାରା, ସଙ୍ଗଠନେତ୍ମକ ସଂରଚନା, ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । ବିଜେପି ଓ କ୍ଷମତାସୀନ ପାର୍ଟି ୟୁଡିଏ ମଧ୍ୟରେ ଆଲୋଚନା ଜାରି ରଖିବା ଦିଗରେ ସେ ସହମତି ପ୍ରକାଶ କରିଥିଲେ । ୟୁଡିଏର ଏକ ପ୍ରତିନିଧିମଣ୍ଡଳକୁ ଭାରତ ଆସିବା ନିମନ୍ତେ ମଧ୍ୟ ନିମନ୍ତ୍ରଣ କରିଥିଲେ ନଡ୍ଡା ।

Show More

Related Articles

Back to top button