Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲଗାଇଲେ ସରକାର

ଭୁବନେଶ୍ୱର, 6 ଡିସେମ୍ବର – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬ ମାସ ପାଇଁ ଏସେନସିଆଲ୍ ସର୍ଭିସେସ୍ ମେେଂଟନାନ୍ସ ଆକ୍ଟ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ ଏସମା ଲାଗୁ ହେବା ପରେ ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି । ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ଆଜିଠାରୁ ୬ ମାସ ପାଇଁ ଏସମା ଲାଗୁ ହୋଇଛି । ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସମା ଲଗାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ।

Show More

Related Articles

Back to top button