Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜାରେ ଆକାଶରୁ ସ୍ଥଳ ସବୁ ମାର୍ଗକୁ ଘେରିଲା ଇସ୍ରାଏଲ, ଖାନ ୟୁନିସରେ ଘମାସାନ

ଗାଜା, 6 ଡିସେମ୍ବର (ହି.ସ.) – ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି 61ତମ ଦିନ । ଇସ୍ରାଏଲ ସେନା ଦକ୍ଷିଣ ଗାଜାର ସବୁଠୁ ବଡ ସହର ଖାନ ୟୁନିସକୁ ଚାରିପଟୁ ଘେରି ପଳାୟନ କରିବାର ସମସ୍ତ ରାସ୍ତାକୁ ବନ୍ଦ କରିଦେଇଛନ୍ତି । ଖାନ ୟୁନିସରେ ଥିବା ସୁଡଙ୍ଗରେ ଲୁଚି ରହିଥିବା ହମାସ କମାଣ୍ଡରଙ୍କୁ ନିଶାନା କରିବା ଇସ୍ରାଏଲ ସେନାର ପ୍ରାଥମିକତା । ଗତକାଲି ରାତିରେ ଇସ୍ରାଏଲ ସେନା 4ଜଣ କମାଣ୍ଡର ସମେନ ଅନେକ ଆତଙ୍କବାଦୀଙ୍କୁ ନିହତ କରିଛି । ଇସ୍ରାଏଲ ସୁରକ୍ଷାକର୍ମୀମାନେ ସ୍କୁଲ ଓ ହସ୍ପିଟାଲରେ ଥିବା ସୁଡଙ୍ଗରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ।

Show More

Related Articles

Back to top button