Breaking PLUSଦେଶମୁଖ୍ୟ ଖବରରାଜନୀତି

ବିଧାନସଭା ନିର୍ବାଚନ ଜିତିଥିବା ବିଜେପିର 10ଜଣ ସାଂସଦ ଦେଲେ ଇସ୍ତଫା

ନୂଆଦିଲ୍ଲୀ, 6 ଡିସେମ୍ବର – ନିକଟରେ ବିଧାନସଭା ନିର୍ବାଚନ ଜିତିଥିବା ବିଜେପି 12ଜଣ ସାଂସଦଙ୍କ ମଧ୍ୟରୁ 10ଜଣ ବୁଧବାର ସାଂସଦ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ଦୁଇଜଣ ସଦସ୍ୟ ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି ଜଣାପଡିଛି ।
ଇସ୍ତଫା ଦେଇଥିବା ସାଂସଦଙ୍କ ମଧ୍ୟରୁ 9ଜଲ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଥିଲେ । ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ପଟେଲ ମଧ୍ୟ ଅଛନ୍ତି । ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ରାକେଶ ସିଂହ, ଉଦୟ ପ୍ରତାପ ଓ ରିତି ପାଠକ ରହିଛନ୍ତି । ଛତିଶଗଡରୁ ଅରୁଣ ସାୱ ଓ ଗୋମତୀ ସାଇ ବିଜୟୀ ହୋଇଛନ୍ତି । ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ରାଠୋର, ମହନ୍ତ ବାଲକନାଥ, ଦୀୟା କୁମାରୀ ଓ କିରୋଡି ଲାଲ ମିଣା ଜିତ ହାସଲ କରିଛନ୍ତି । କିରୋଡି ଲାଲ ମିଣା ରାଜ୍ୟସଭା ସାଂସଦ ଥିଲେ ।
କେନ୍ଦ୍ରମନ୍ତ୍ରୀ ରେଣୁକା ସିଂହ ଓ ସାଂସଦ ମହନ୍ତ ବାଳକ ନାଥ ଏବେ ସୁଦ୍ଧା ଇସ୍ତଫା ଦେଇନାହାନ୍ତି । ଖୁବ ଶୀଘ୍ର ସେମାନେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button