ଦେଶସ୍ୱତନ୍ତ୍ର

ୟୁଜର୍ସଙ୍କ ପାଇଁ ଏକ ନୂଆ ଇଣ୍ଟନେଟ ଡାଟା ପ୍ୟାକ ଆଣିଲା ଜିଓ,ଏହି ପ୍ଲାନରେ ସରିବନି ଡାଟା

ୟୁଜର୍ସଙ୍କ ପାଇଁ ଏକ ନୂଆ ଇଣ୍ଟନେଟ ଡାଟା ପ୍ୟାକ ଆଣିଲା ଜିଓ । ଭାରତୀୟ ଟେଲିକମ କମ୍ପାନୀ ରିଲାନ୍ସ ଜିଓ ପକ୍ଷରୁ ଫିଫା ୱାଲର୍ଡ କପ ୨୦୨୨ ସେଲିବ୍ରେଟ କରିବା ପାଇଁ ଏହି ପ୍ଲାନକୁ ଲଞ୍ଚ କରାଯାଇଛି । ଏହି ପ୍ଲାନର ନାମ ‘ଫୁଟବଲ ୱାଲର୍ଡ କପ ଡାଟା ପ୍ୟାକ’ ରହିଥିବାବେଳେ ପ୍ୟାକର ମୂଲ୍ୟ ରହିଛି ମାତ୍ର ୨୨୨ଟଙ୍କା ।

ଏହି ସୁବିଧା ୟୁଜର୍ସ ମାନଙ୍କୁ ଫିଫା ୱାର୍ଡକପ ସରିଲା ପରେ ମିଳିବ । ଏହି ପ୍ଲାନର ଫାଇଦା କେବଳ ପ୍ରିପେଡ ୟୁଜର୍ସକୁ ମିଳିବ ।କହିବାକୁ ଗଲେ ଏହାର କଲିଂ ଓ ଭ୍ୟାଲିଡିଟିରେ ଅଧିକ କିଛି ବଦଳ କରାଯିବ ନାହିଁ ।୨୨୨ଟଙ୍କା ପ୍ଲାନ ରିଚାର୍ଜରେ ଗ୍ରାହକଙ୍କ ପାଇଁ ୫୦ଜିବି ହାଇ ସ୍ପିଡ ଡାଟାର ଫାଇଦା ମିଳିବ । ଯଦି ଏହି ପ୍ଲାନ ୩୦ ଦିନ ପରେ ସରିଯାଉଛି ତେବେ ଅତିରିକ୍ତ ଡାଟା ମଧ୍ୟ ୩୦ ଦିନ ପାଇଁ ମିଳିବ । ଦେଖିବାକୁ ଗଲେ ଡେଲି ଡାଟା ପ୍ଲାନରେ ଯଦି ସରିଯାଉଛି ତେବେ ଡାଟା ପାଇଁ ଆମକୁ ପରବର୍ତ୍ତୀ ଦିନକୁ ଅପେକ୍ଷା କରିବାକୁ ପଡୁଛି । ଡାଟାକୁ ରିନ୍ୟୁ ହେବା ପାଇଁ ସମୟ ନେଉଛି । କିନ୍ତୁ ଏହି ରିଚାର୍ଜ ପ୍ଲାନରେ ଡାଟା ସରିବାର ଭୟ ନାହିଁ । ଏହା ତୁରନ୍ତ ଅତିରିକ୍ତ ପ୍ଲାନକୁ ଲାଗୁ କରିଦେବ । ଫଳରେ ଆପଣ ମନ ଇଚ୍ଛାରେ ଡାଟା ଚଲାଇ ପାରିବେ ।

ଏହି ପ୍ଲାନରେ ଏକ ଜିବି ଡାଟା ପାଇଁ ବ୍ୟବହାର କାରୀଙ୍କୁ ୪ଟଙ୍କା ୪୪ପଇସା ଖର୍ଚ୍ଚ କରିବାକୁ ପଡିବ । ଅନ୍ୟ କମ୍ପନୀ ତୁଳନାରେ ଏହି ପ୍ଲାନ ଶସ୍ତା ଡାଟା ଦେଉଛି । ଯଦି ଆମେ ଏୟାରଟେଲ ୟୁଜର୍ସ ମାନଙ୍କ କଥା ଦେଖିବା ତେବେ ୫୦ଜିବି ଡାଟା ପାଇଁ ୩୦୧ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏକ ଜିଜି ଡାଟା ପାଇଁ ୬ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି ।

Show More

Related Articles

Back to top button