ଓଡ଼ିଶାଦୁର୍ଘଟଣା

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଲା ଯାଜପୁରର ବଡ ହୋଟେଲ

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଲା ହୋଟେଲ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବିରଜା ମାର୍କେଟ କମ୍ପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚିକା ହୋଟେଲରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପ୍ରକୃତ ଘଟଣା ବିଷୟରେ ଜଣାପଡିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ନାମିଦାମୀ ହୋଟେଲ ରୁଚିକାରେ ନିଆଁ ଲାଗିଯାଇ ହୁତ୍ ହୁତ୍ ହୋଇ ଜଳୁଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ୨ଟି ଦମକଳ ସାହାଯ୍ୟରେ ଲିଭା ଯାଉଛି ହେଲେ ନିଆଁ ଅଣାୟତ ଅବସ୍ଥାରେ ଗତି କରୁଛି । ହୋଟେଲରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିବା ସନ୍ଦେହ କରାଯାଉଛି । ରୁଚିକା ହୋଟେଲକୁ ଲାଗିଥିବା ଅନ୍ୟାନ୍ୟ ଦୋକାନରେ ନିଆଁ ବ୍ୟାପିବାର ଆଶଙ୍କା କରାଯାଉଛି । ତେବେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛି ।

Show More

Related Articles

Back to top button