ଓଡ଼ିଶା

ଜବାହର ନବୋଦୟ ବିଦ୍ୟାଳୟରେ କରୋନା ବିସ୍ଫୋରଣ

ଆଉ ୫୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

ଜବାହର ନବୋଦୟ ବିଦ୍ୟାଳୟରୁ ୫୨ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ । ସୁନ୍ଦରଗଡ ସର୍ଗିପାଲ୍ଲୀ ନବୋଦୟ ବିଦ୍ୟାଳୟରେ ୫୨ ଜଣ ଛାତ୍ରଛତ୍ରୀଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩୬ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ସମୁଦାୟ ବିଦ୍ୟାଳୟରେ ମୋଟ୍ ୮୮ ଜଣ ଛାତ୍ରଛାତ୍ରୀଙ୍କ କରୋନା ଚିହ୍ନଟ କରାଯାଇଛି । ଏହାସହ ବିଦ୍ୟାଳୟରେ ୫୨୯ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରାଯାଉଛି । ବିଦ୍ୟାଳୟରେ ଏକ ମେଡିକାଲ ଟିମ୍ ପହଞ୍ଚିଛି ଏବଂ ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି ଏହାସହ ବିଦ୍ୟାଳୟରେ ଆଇସୋଲେସନ ସେଣ୍ଟର କରାଯାଇଛି । ସେଠାରେ ପିଲାମାନଙ୍କୁ ରଖାଯାଇଛି । ଏନେଇ ଜନସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହାସହ ବୁଧବାର ୩୬ ଜଣ ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ପଠାଯାଇଛି, ସେମାନଙ୍କ ପାଖରେ ମେଡିକାଲ ଟିମ୍ ପହଞ୍ଚି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନେଇ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ଅଧିକାରୀ । ବିଦ୍ୟାଳୟ ଓ ହଷ୍ଟେଲକୁ ସାନିଟାରୀ କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୯୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୭୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୫୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୮୯୪୦୬୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button