Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ବାସ୍ଥ୍ୟ ନିର୍ଦ୍ଦେଶକ: ରାଜ୍ୟରେ ଆହୁରି ବଢିବ କୋଭିଡ୍ ସଂକ୍ରମଣ

ଆସନ୍ତା ୧୦ରୁ ବୁଷ୍ଟର ଡୋଜ୍

ସବୁ ଜିଲ୍ଲାରେ ଓମିକ୍ରନ୍ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟ ରାଜ୍ୟରେ ଯେଉଁଭଳି ସଂକ୍ରଣ ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ।

ଆସନ୍ତା ୧୦ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଡ୍ ଆରମ୍ଭ ହେବ । କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ସେହି ଟିକା ହିଁ ନେବେ । ICMR ତରଫରୁ ଓମିକ୍ରନ୍ ଚିହ୍ନଟ ଲାଗି କିଛି ଦିନ ତଳେ ନୂଆ କିଟ୍ ବ୍ୟବହାର ନେଇ ଅନୁମୋଦନ ଆସିଛି । ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୯୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୭୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୫୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୮୯୪୦୬୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button