Breaking PLUSଓଡ଼ିଶାମୁଖ୍ୟ ଖବର

ଓଡିଶାରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍

ମୃତକ ବଲାଙ୍ଗୀର ଜିଲ୍ଲାର

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରମ୍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲାର ହୋଇଥିବା ନେଇ ସୂଚନା ମିଳିଛି । ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ସିଡିଏମଓ ଡ଼. ସ୍ନେହଲତା ସାହୁ ସୂଚନା ଦେଇଛନ୍ତି । ମୃତକ ଜଣଙ୍କ ବଲାଙ୍ଗୀର ଆଗଲପୁର ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି । ଏହା ବଲାଙ୍ଗୀର ଜିଲ୍ଲାର ପ୍ରଥମ ଓମିକ୍ରନ୍ କେସ୍ ଥିଲା । ବଲାଙ୍ଗୀର ସିଡିଏମଓ ସୂଚନା ଅନୁଯାୟୀ, ବଲାଙ୍ଗୀର ଆଗଲପୁର ଅଞ୍ଚଳର ଜଣେ ସ୍ବାସ୍ଥ୍ୟଗତ କାରଣରୁ ତଳେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ତାଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା । ଏହାପରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜେନେମ ସିକ୍ବେନ୍ସିଂ ପାଇଁ ତାଙ୍କ ନମୁନା ପଠାଯାଇଥିଲା । ବୁଧବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା । ରିପୋର୍ଟ ହସ୍ତଗତ ହେବା ପୂର୍ବରୁ ଗତ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏକ ଟିମ୍ ସଂପୃକ୍ତ ମୃତକଙ୍କ ଘରେ ପହଞ୍ଚି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ।

Show More

Related Articles

Back to top button