Breaking PLUSଦେଶ ବିଦେଶବାଣିଜ୍ୟ

ଜାନୁଆରିରେ ପିଆଜ ମୂଲ୍ୟ ଶସ୍ତା ହେବ

ପିଆଜ ଦର ହ୍ରାସ କରିବା ଲକ୍ଷ୍ୟ ନେଇ ଏହ‌ାର ଆମାଦିନ ନିୟମକୁ ସରକାର କୋହଳ କରିଛନ୍ତି। ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ ରହିବ। ଫଳରେ ସୁବିଧାରେ ଏବଂ କମ୍‌ ଦାମ୍‌ର ପିଆଜ ଦେଶ ଭିତରକୁ ଆସିପାରିବ। ତାହା ବଜାରରେ ପହଞ୍ଚିବା ପରେ ‌ଲୋକମାନେ ସୁଲଭ ମୂଲ୍ୟରେ ପିଆଜ କିଣିପାରିବେ

ଗତ ଅକ୍ଟୋବର ୩୧ ଠାରୁ ପିଆଜ ନିୟମ କୋହଳ କରାଯାଇଥିଲା। ସେହି ସୁବିଧାକୁ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।କୃଷି ମନ୍ତ୍ରଣାଳୟ ଅନୁଯାୟୀ ପିଆଜର ଚଢ଼ା ଦରକୁ ନେଇ ସାଧାରଣ ଜନତା ବେଶ ଚିନ୍ତିତ ଅଛନ୍ତି। ପିଆଜର ଉପଲବ୍ଧତା ବଢ଼ାଇବା ଲାଗି ଏହାର ଆମଦାନି ନିୟମକୁ କୋହଳ କରାଯାଇଛି। ତେବେ ଏଥିପାଇଁ ସରକାର କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। ଦେଶ ଭିତରକୁ ଯେତେ ପିଆଜ ଆସିବ ତାହାକୁ କ୍ବାରାଣ୍ଟିନ୍ ଅଧିକାରୀ ପ୍ରଥମେ ଯାଞ୍ଚ କରିବେ। ପିଆଜଗୁଡ଼ିକ କିଟନାଶକ ମୁକ୍ତ ‌ବୋଲି ପ୍ରମାଣ ମିଳିବା ପରେ ତାହା ବଜାରକୁ ଯିବ। ଯେଉଁ ସଂସ୍ଥା ପିଆଜ ଆମଦାନି କରିବେ ସେମାନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।

ଲୋକମାନଙ୍କ ବ୍ୟବହାର ପାଇଁ ଆମଦାନି କରାଯାଉଛି ବୋଲି ସେମାନେ ଆଗୁଆ ଘୋଷଣା କରିବେ। ପିଆଜ ଆମଦାନି ଘରୋଇ କଂପାନି କରୁଛନ୍ତି। ତେଣୁ ନୂଆ ଫସଲ ବଜାରକୁ ନଆସିବା ପର୍ଯ୍ୟନ୍ତ ଦାମ୍‌ ଉଚ୍ଚ ରହିବାର ଆଶଙ୍କା ରହିଛି। କେତେକ ସ୍ଥାନରେ ନୂତନ ପିଆଜ ବଜାରକୁ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଦିଲ୍ଲୀରେ ପିଆଜର କିଲୋ ପିଛା ଦାମ୍ ୪୦ ଟଙ୍କାରୁ କମ୍ ସ୍ତରରେ ରହିଛି। ଅକ୍ଟୋବର ବେଳକୁ ପିଆଜ ଦାମ୍ ୬୦-୭୦ ଟଙ୍କା ଭଳି ସ୍ତରରେ ରହିଥିଲା। କେତେକ ସ୍ଥାନରେ ପିଆଜ ଦାମ୍ ୧୦୦ ଟଙ୍କା ପାଖାପାଖି ପହଞ୍ଚି ଯାଇଥିଲା। ଦେଶରେ ଲୋକମାନେ ବର୍ଷକୁ ୧୬୫ ଲକ୍ଷ ଟନ୍ ପିଆଜ ବ୍ୟବହାର କରୁଛନ୍ତି। ଉତ୍ତରପ୍ରଦେଶରେ ମାସକୁ ସର୍ବାଧିକ ୨.୧ ଲକ୍ଷ ଟନ୍, ବିହାର ଓ ମହାରାଷ୍ଟ୍ରରେ ୧ ଲକ୍ଷ ଟନ୍ ଲେଖାଏଁ ପିଆଜି ବିକ୍ରି ହେଉଛି।

Show More

Related Articles

Back to top button