ଅପରାଧସ୍ୱତନ୍ତ୍ରସ୍ୱାସ୍ଥ୍ୟ

କୋଲ୍‌ ଡ୍ରିଙ୍କ୍ସ ପିଇବା ହେଲା କାଳ,ଚାଲିଗଲା ୮ ବର୍ଷର ଛାତ୍ରର ଜୀବନ

କୋଲ୍‌ ଡ୍ରିଙ୍କ୍ସ ପିଇବା ହେଲା କାଳ । ଚାଲିଗଲା ୮ ବର୍ଷର ଛାତ୍ରର ଜୀବନ । ପଣ୍ଡିଚେରୀରର କାରାଇକାଲ ଅଞ୍ଚଳରୁ  ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତ ଛାତ୍ର ଜଣକ ହେଉଛି ବାଲା ମଣିକନ୍ଦନ । ତେବେ ଏନେଇ ମୃତ ଛାତ୍ର ବନ୍ଧୁର ମାଆଙ୍କ ବିରୋଧରେ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତ ଛାତ୍ରଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି  ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

ବାଲାର ପିତାଙ୍କ କହିବା ମୁତାବକ,  ସ୍କୁଲର ବାର୍ଷିକ ଉତ୍ସବ ଲାଗି ରିହରସଲ ପାଇଁ ବିଦ୍ୟାଳୟକୁ ଯାଇଥିଲା ପୁଅ । ତେବେ ସେଠାରୁ ଫେରିବା ପରେ ହଠାତ୍ ବାନ୍ତି କରିଥିଲା । ବାନ୍ତି କରିବାର କାରଣ ପଚାରିବାରୁ କୋଲ ଡ୍ରିଙ୍କସ ପିଇବା ପରେ ଏପରି ହୋଇଥିବା କହିଥିଲା ବାଲା। ସେହି କୋଲ ଡ୍ରିଙ୍କ୍ସ ବାଲାକୁ ସ୍କୁଲର ୱାଚମ୍ୟାନ ଆଣି ଦେଇଥିଲା ବୋଲି ବାଲା ନିଜ ପରିବାରକୁ କହିଥିଲା । ଏହାପରେ ବାଲାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ଘଟିଛି ।

ସେପଟେ ସ୍କୁଲର କହିବାନୁସାରେ ,ଏହି କୋଲ ଡ୍ରିଙ୍କସ ବାଲାର ପରିବାର ୱାଚମ୍ୟାନକୁ ଦେଇଥିଲେ । ମାତ୍ର ଏହା ସତ୍ୟ ନୁହେଁ ବୋଲି କହିଛି ବାଲାର ପରିବାର । ସିସିଟିଭି ଫୁଟେଜରେ ଜଣେ ମହିଳା ୱାଚମ୍ୟାନକୁ ଆଣି ଉକ୍ତ କୋଲ ଡ୍ରିଙ୍କ୍ସ ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳା ଜଣକ ବାଲାର ବନ୍ଧୁର ମାଆ ସକାୟା ରାନୀ ଭିକ୍ଟୋରିଆ । ବାଲାର ମାଆ ମାଳତୀ ଏ ନେଇ କରାଇକାଲ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସେ ମୃଦୁ ପାନୀୟରେ ବିଷାକ୍ତ ପଦାର୍ଥ ମିଶାଇଥିବା ଅଭିଯୋଗ ଆଣିଛନ୍ତି । ଏଥିଲାଗି ତାଙ୍କ ପୁଅର ଜୀବନ ଯାଇଛି । ଉକ୍ତ ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ସେହି କୋଲ ଡ୍ରିଙ୍କସରେ ବିଷାକ୍ତ ପଦାର୍ଥ ଥିଲା କି ନାହିଁ, କାହିଁକି ମହିଳା ଜଣକ ସେହି କୋଲ ଡ୍ରିଙ୍କ୍ସ ବାଲା ପାଇଁ ପଠାଇଥିଲେ ? ସେଥିରେ ସେ ବିଷାକ୍ତ ପଦାର୍ଥ ମିଶାଇଥିଲେ କି ? ପାଠପଢାରେ ପ୍ରତିଯୋଗିତା ପାଇଁ ଏପରି କରାଯାଇଛି କି ? ସମସ୍ତ ଦିଗକୁ ପୋଲିସ ଦୃଷ୍ଟିରେ ତଦନ୍ତ ଚଳାଇଛି ।

Show More

Related Articles

Back to top button