Breaking PLUSଦେଶମୁଖ୍ୟ ଖବର

କୃଷକଙ୍କ ଦାବି ଉପରେ ଶୀଘ୍ର ନିଷ୍ପତ୍ତି ନେବା ଠିକ୍ ନୁହେଁ-ମୁଣ୍ଡା

ନୂଆଦିଲ୍ଲୀ, 14 ଫେବୃଆରୀ- କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବୁଧବାର କହିଛନ୍ତି ଯେ, ଚାଷୀଙ୍କ ଦାବି ଉପରେ ଶୀଘ୍ର ନିଷ୍ପତ୍ତି ନେବା ଠିକ୍ ନୁହେଁ । ମୁଣ୍ଡା ମିଡିଆକର୍ମୀଙ୍କୁ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ ହିତକୁ ନେଇ ଗମ୍ଭୀର ଅଛନ୍ତି । ଏଭଳି ପରିସ୍ଥିତିରେ ଚାଷୀ ସଙ୍ଗଠନକୁ ଏହା ବୁଝିବା ଦରକାର ଯେ, ଯେଉଁ ଆଇନର କଥା କହୁଛନ୍ତି, ସେ ଆଇନ ସମ୍ପର୍କରେ ଏଭଳି ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଏହା ସମ୍ପର୍କରେ ଭାବିବାର, ବିଚାର କରିବାର ଆବଶ୍ୟକତା ରହିଛି । ମୁଣ୍ଡା କହିଛନ୍ତି ଯେ, ବିକ୍ଷୋଭ କରୁଥିବା ଚାଷୀ ସଙ୍ଗଠନକୁ ଏହା ଭାବିବା ଦରକାର ଯେ, ସେମାନଙ୍କ ପାଇଁ ସାଧାରଣ ଲୋକଙ୍କୁ କୌଣସି ସମସ୍ୟା ନହେଉ ।
ସୂଚନାଯୋଗ୍ୟ ଯେ କୃଷକ ସଂଗଠନର ପ୍ରମୁଖ ଦାବି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ଗୁରୁତ୍ୱପୂର୍ଣ୍ଣ ଅଟେ । କୃଷକମାନେ ଯେକୌଣସି ମୂଲ୍ୟରେ ଏହା ଚାହାଁନ୍ତି କିନ୍ତୁ ସରକାର ଶୀଘ୍ର ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହାଁନ୍ତି। ସେ ସମସ୍ତ ଦିଗକୁ ଗମ୍ଭୀରତାର ସହ ବିଚାର କରିବା ପରେ ହିଁ ନିଷ୍ପତ୍ତି ନେବାକୁ ଚାହାଁନ୍ତି ।

Show More

Related Articles

Back to top button