ଖେଳମୁଖ୍ୟ ଖବର

ଆଇପିଏଲ : ପରାଜୟ ସହ ଶେଷ ହେଲା ଅଧିନାୟକ କୋହଲିଙ୍କ ଯାତ୍ରା

ପରାଜୟ ସହ ଶେଷ ହେଲା ବିରାଟ କୋହଲିଙ୍କ ଆଇପିଏଲରେ ଅଧିନାୟକତ୍ୱ । ଅଧିନାୟକ ଭାବେ ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି ବିରାଟ କୋହଲି । କୋଲକାତା ନାଇଟ୍ ରାଇଡର୍ସଠାରୁ ପରାସ୍ତ ହେବା ପରେ ଆଇପିଏଲ୍ ଟ୍ରଫି ଜିତିବାର ସ୍ୱପ୍ନ ବିରାଟଙ୍କ ଚୁରମାର ହୋଇଛି । କୋହଲିଙ୍କ ଆଇପିଏଲ୍ ଅଧିନାୟକ ଯୁଗର ଦୁଃଖଦ ଅବସାନ ଘଟିଛି । କାରଣ ଚଳିତ ସିଜିନ୍ ପରେ ଆରସିବି ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିସାରିଛନ୍ତି କୋହଲି । ତେଣୁ ଆସନ୍ତା ସିଜିନରେ ଆରସିବି ନୂଆ ଅଧିନାୟକ ସହ ଖେଳିବ । ଆଇପିଏଲ୍ ଆରମ୍ଭ ହେବା ପରଠାରୁ କୋହଲି ଆରସିବି ସହ ଅଛନ୍ତି ।

– ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଖେଳାଳି ଭାବେ ଆରସିବିରେ ଥିଲେ କୋହଲି
– ୨୦୧୩ରୁ ଆରସିବିରେ ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ
– ୨୦୧୬ ଆଇପିଏଲରେ ସର୍ବାଧିକ ସ୍କୋର କରିଥିଲେ ବିରାଟ
– କୋହଲି ୨୦୭ଟି ଆଇପିଏଲ୍ ଖେଳି ୬୨୮୩ ରନ୍ କରିଛନ୍ତି
– ଆଇପିଏଲ୍ ୫ ଶତକ ଓ ୪୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି
– ୯ ବର୍ଷ ଧରି ଆରସିବିର ନେତୃତ୍ୱ ନେଇଛନ୍ତି ବିରାଟ କୋହଲି
– ଥରେ ହେଲେ ବି ଆରସିବିକୁ ଚାମ୍ପିଅନ୍ କରିପାରିନାହାନ୍ତି
– ୨୦୧୬ ଆଇପିଏଲରେ ଉପବିଜେତା ହୋଇଥିଲା ଆରସିବି


ଗତବର୍ଷ ଓ ଚଳିତ ବର୍ଷ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ ସୋମବାରର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ତାଙ୍କର ଏହି ନିଷ୍ପତ୍ତିର ସମ୍ମାନ ଆର୍‌ସିବି ବ୍ୟାଟର୍‌ ରଖିପାରି ନଥିଲେ। ଫଳରେ କର ବା ମର ମ୍ୟାଚ୍‌ରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା । ବ୍ୟକ୍ତିଗତ ଭାବେ କୋହଲି ଅବଶ୍ୟ ବହୁ ଚେଷ୍ଟା କରିଥିଲେ । ଆଉ ତାଙ୍କ ୩୯ ରନ୍ ହିଁ ଆର୍‌ସିବିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା । ଅନ୍ୟ ‌କୌଣସି ଆର୍‌ସିବି ବ୍ୟାଟର୍‌ କିନ୍ତୁ ନିଜ ଅଧିନାୟକଙ୍କ ଭଳି ଦାୟିତ୍ୱବାନ ପାଳି ଖେଳିପାରି ନଥିଲେ । ବିଶେଷ କରି ରହସ୍ୟମୟ କାରବୀୟ ବୋଲର ସୁନିଲ ନାରାୟଣଙ୍କ ଚକ୍ରବ୍ୟୂହରେ ଫସି ଆର୍‌ସିବିର ପ୍ରମୁଖ ବ୍ୟାଟର୍‌ମାନେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ । କୋହଲିଙ୍କ ସହ ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଏବି ଡିଭିଲିୟର୍ସଙ୍କୁ ଆଉଟ୍ କରି ନାରାୟଣ ହିଁ ଆର୍‌ସିବି ବ୍ୟାଟିଂକ୍ରମକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ।

ଦେବିଦତ୍ତ ପଡ଼ିକଲ ଓ ଶହାବାଜ ଅହମ୍ମଦଙ୍କୁ ଲୋକି ଫର୍ଗୁସନ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ପ୍ରଥମ ୱିକେଟ୍‌ରେ କିନ୍ତୁ କୋହଲି ଓ ପଡ଼ିକଲ ଦ୍ରୁତ ୪୯ ରନ୍ ସଂଗ୍ରହ କରି ନେଇଥିଲେ । ତେବେ ଏହା ପରେ ଆର୍‌ସିବି ପାଳି ପୂରା ଭୁଶୁଡ଼ି ଯାଇଥିଲା । ‌ମାତ୍ର ୯୦ ରନ୍ ଭିତରେ ୭ ୱିକେଟ୍ ହରାଇବା ପରେ ଆର୍‌ସିବି ଆଶାଜନକ ଭାବେ ରନ୍ ଗତି ବଢ଼ାଇ ପାରିନଥିଲା । ତେବେ ମାତ୍ର ୧୫ ରନ୍ କରିଥିବା ମ୍ୟାକ୍ସୱେଲ୍ ଚଳିତ ଋତୁରେ ୫୦୦ ରନ୍ କରିବାରେ ଆର୍‌ସିବିର ପ୍ରଥମ ଏବଂ ମୋଟ ଉପରେ ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ଚଳିତ ଆଇପିଏଲ୍‌ରେ ୫୦୦ରୁ ଅଧିକ ରନ୍ କରିଥିବା ଅନ୍ୟ ଖେଳାଳିମାନେ ହେଲେ କେଏଲ୍ ରାହୁଲ (୬୨୬), ଋୁତରାଜ ଗାଏଓ୍ୱାଡ୍ (୬୦୩), ଶିଖର ଧାୱନ (୫୫୧) ଓ ଫାଫ୍ ଡୁ’ପ୍ଲେସିସ୍ (୫୪୭) ।

Show More

Related Articles

Back to top button