Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ

୨୫ ଯାଏ ଆବେଦନ, ୩୦ରେ ମେଧା ତାଲିକା । ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍ ପୂରଣ ପାଇଁ ପୁଣିଥରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ।ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍ ସ ୱେବସାଇଟ୍ ରେ www.samsodisha.gov.in କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ଆବେଦନ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ୨୫ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୩୦ରେ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ନଭେମ୍ବର ୧ରୁ ୩ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଡାଟା ଅପ୍ ଡେଟେସନ୍ ନଭେମ୍ବର ୫ ସୁଦ୍ଧା କରାଯିବ। ୯ ତାରିଖରେ ସ୍ପଟ୍ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ।

ଛାତ୍ରଛାତ୍ରୀ ୯ ଓ ୧୦ ତାରିଖରେ ନାମ ପଞ୍ଜୀକରଣ କରିବେ ଏବଂ ୧୧ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ନଭେମ୍ବର ୧୧ ଓ ୧୨ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ଆବେଦନ କରି କୌଣସି ଶିକ୍ଷାନୁଷ୍ଠାନ ପାଇଁ ଚୟନ ହୋଇ ନଥିବା ଛାତ୍ରଛାତ୍ରୀ ସିଏଏଫ୍ ଫି’ ନ ଦେଇ ପୂର୍ବ ଲଗ୍ -ଇନ୍ ମାଧ୍ୟମରେ ପୁଣି ଥରେ ଆବେଦନ କରିପାରିବେ। ନାମଲେଖା ସମୟରେ କଲେଜରେ କେବଳ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Show More

Related Articles

Back to top button