ଓଡ଼ିଶାମୁଖ୍ୟ ଖବର

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି

ଆସନ୍ତା ୧୬ରୁ ନଭେମ୍ବର ୧୯ ଯାଏଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଆସନ୍ତା ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ନୀତିକାନ୍ତି ଚୂଡାନ୍ତ କରାଯାଇଛି । ନୀତି ସବ୍ କମିଟି ବୈଠକରେ ଏହା ଉପରେ ମୋହର ବାଜିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଆସନ୍ତା ୧୬ ତାରିଖରୁ ଭୋର ୪ଟାରୁ ଦ୍ବାର ଫିଟା, ସାଢେ ୪ଟାରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତୀ, ସାଢେ ୫ଟାରେ ମଇଲମ ତଡପଲାଗି, ୬ଟା ୧୫ରେ ଅବକାଶ, ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ ।

ସକାଳ ସାଢେ ୮ଟାରୁ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳ ଧୂପ, ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ କରାଯିବ । ଅପରାହ୍ନ ୩ଟାରେ ପହୁଡ ପଜିବ, ସନ୍ଧ୍ୟା ୫ଟାରେ ଦ୍ବାର ଫିଟା ହେବ, ୬ଟାରେ ସନ୍ଧ୍ୟା ଆଳତୀ ହେବ, ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ ହେବ । ରାତି ୧୧ଟାରେ ବଡ ସିଙ୍ଘାର ବେଶ କରାଯାଇ ସାଢେ ୧୧ଟାରେ ବଡ ସିଙ୍ଘାର ଭୋଗ ଏବଂ ୧୨ଟାରେ ରାତ୍ର ପହୁଡ ହେବ । ନଭେମ୍ବର ୧୮ରେ ଶ୍ରୀଜିଉଙ୍କ ହରିହର ବେଶ, ୧୫ରେ ଲକ୍ଷ୍ମୀନାରାୟଣ ବେଶ, ୧୬ରେ ବାଙ୍ଗଚୂଡ ବେଶ ବା ବାମନ ବେଶ, ୧୭ରେ ତ୍ରିବିକ୍ରମ ବେଶ, ୧୮ରେ ଲକ୍ଷ୍ମୀନୃସିଂହ ବେଶ, ୧୯ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ନୀତି ସବ୍ କମିଟି ବୈଠକ ସହ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି ।

Show More

Related Articles

Back to top button