Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି କରୋନା, ଆଜିଠୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ । କିନ୍ତୁ ରାଜ୍ୟ ଭିତରେ ବସ୍ ଚଳାଚଳରେ କୌଣସି କଟକଣା ନାହିଁ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ନେବେ । କେହି ଠିଆ ହୋଇ ଯିବେ ନାହିଁ ବୋଲି ଗାଇଡଲାଇନ୍ ଜାରି ହୋଇଛି । ସେହିପରି ଅଟୋ ଓ ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି ।

ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ମଧ୍ୟ ବନ୍ଦ ରହିବ । ବିଦ୍ୟାଳୟରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ ହେବ ନାହିଁ । ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ରହିଛି । ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ସେହିପରି ଆଜିଠାରୁ ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । ବିବାହ ଶୋଭାଯାତ୍ରା ହୋଇପାରିବ ନାହିଁ ।

Show More

Related Articles

Back to top button