Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କରୋନାର କରାଳ ରୂପ, ଗତ ୨୪ ଘଣ୍ଟାରେ ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ

ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହି ସମୟରେ ମହାମାରୀ ନେଇଛି ଆଉ ୧୬ଶହ ୧୯ ଜୀବନ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୦ଲକ୍ଷ ୬୧ହଜାର ୯୧୯କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଛନ୍ତି ୧ଲକ୍ଷ ୭୮ହଜାର ୭୬୯ ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତି ୧କୋଟି ୨୯ଲକ୍ଷ ୫୩ହଜାର ୮୨୧ । ଆକ୍ଟିଭ୍ କେସ୍ ସଂଖ୍ୟା ୧୯ଲକ୍ଷ ୨୯ହଜାର ୩୨୯କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଦୈନିକ ସଂକ୍ରମଣ ହାର ୧୨ ଦିନରେ ଦୁଇ ଗୁଣା ବଢ଼ିଛି । ୮ ପ୍ରତିଶତରୁ ବଢ଼ି ୧୬ ପ୍ରତିଶତ ହୋଇଛି । ମହାରାଷ୍ଟ୍ର ସମେତ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହେଉଛି । ସେହିପରି ମଧ୍ୟପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ, କେରଳ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ଭୟଙ୍କର ହେଉଛି ।

Show More

Related Articles

Back to top button